ଶହେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ

ଗଞ୍ଜାମ,୨୬ା୪(ଡି.ଏନ.ଏ.)- କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି, କମିବାର ନା ଧରୁନି। ତେଣୁ ସରକାର ଲକ ଡାଉନ ଅବଧି ବଢ଼େଇ ଚାଲିଛନ୍ତି। ଏହି ଲକ ଡାଉନ ପାଇଁ ଗରିବ, ଅସହାୟ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କ କାମ ଧନ୍ଦା ବନ୍ଦ ଯୋଗୁ ଲୋକଙ୍କ ଦୁର୍ଦଶା ବଢୁଛି। ଏହିଭଳି ଘଡି ସନ୍ଧି ମୁହୂର୍ତ୍ତରେ ସହାୟତା କରିବାକୁ ଆଗେଇ ଆସିଛନ୍ତି ସାମାଜିକ କର୍ମୀ ତଥା ପୂର୍ବତନ ଏମପି ପ୍ରତିନିଧି ସୁଧୀର କୁମାର ପାଢ଼ୀ ଓ ବିଜେଡିର ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ରାକେଶ ରଞ୍ଜନ ଦାସ (ସିଲୁ)। ଶନିବାର ବିଡ଼ିଓ ଜ୍ୟୋତି ଶଙ୍କର ରାୟଙ୍କୁ ଭେଟି ଏକଶହ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ତଥା ଆଳୁ, ଅଟା, ଚାଉଳ ଆଦି ପ୍ରଦାନ କରିଛନ୍ତି।