ଶହେ ବର୍ଷର କଇଁଛ: ପାଲଟିଲାଣି ୮ ଶହ ଛୁଆଙ୍କ ଜନକ

କାଲିଫର୍ନିଆ,୧୩।୧: ଆମେରିକା କାଲିଫର୍ନିଆରେ ରହିଛି ଏକ କଇଁଛ। ଏହାକୁ ଏବେ ଶହେ ବର୍ଷରୁ ଅଧିକ ବୟସ। ଇତିମଧ୍ୟରେ ସେ ୮ଶହ ଛୁଆଙ୍କ ଜନକ ପାଲଟିସାରିଛି। ଡିଏଗୋ ନାମକ ଏହି କଇଁଛର ଓଜନ ୮୦ କିଲୋଗ୍ରାମ୍‌। ଏହା ସ୍ଥାନୀୟ ଗାଲାପୋଗାସ୍‌ ଆଇଲାଣ୍ଡରେ ରହିଛି। ଚେଲୋନୋଏଡ଼ିସ୍‌ ହୁଡ଼େନସିସ୍‌ ପ୍ରଜାତିର ଏହି କଇଁଛକୁ ୧୯୭୬ରେ ଦକ୍ଷିଣ କାଲିଫର୍ନିଆର ସାନ୍ତା କ୍ରୁଜ୍‌ ଆଇଲାଣ୍ଡ୍‌ର ଚିଡ଼ିଆଖାନାରୁ ଏଠାକୁ ଅଣାଯାଇଥିଲା । ଫଳରେ ଗାଲାପୋଗାସ୍‌ ଆଇଲାଣ୍ଡରେ କଇଁଛ ସଂଖ୍ୟା ୨ ହଜାରରୁ ଅଧିକ ହୋଇଥିଲା। ଗାଲାପୋଗାସ୍‌ ଆଇଲାଣ୍ଡରେ କଇଁଛ ସଂଖ୍ୟା କମୁଥିବାରୁ ୧୯୬୫ରେ ଏଠାରେ କଇଁଛ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

Share