ଶହେ ବର୍ଷରେ ପୃଥିବୀକୁ ଧକ୍କା ଦେବେ ୯ଶହ ଗ୍ରହାଣୁ

ଓ୍ବାଶିଂଟନ,୧୬।୯ : ଆସନ୍ତା ଶହେ ବର୍ଷ ମଧ୍ୟରେ ପୃଥିବୀକୁ ୯ ଶହ ଗ୍ରହାଣୁ ଧକ୍କା ଦେବାର ସମ୍ଭାବନା ରହିଛି। ଏହାଦ୍ୱାରା ପୃଥିବୀର ଜୀବଜଗତ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏନେଇ ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ନେଇ ପୃଥିବୀ ବ୍ୟାପି ବିଭିନ୍ନ ମହାକାଶ ସଂଗଠନ ଗୁଡ଼ିକ ପକ୍ଷରୁ ନାନା ପ୍ରକାର ଗବେଷଣା ଆରମ୍ଭ ହୋଇଛି। ନାସା ଏସବୁ ମହାକାଶ ଗବେଷଣା ସଂସ୍ଥାଗୁଡ଼ିକର ମୁଖ୍ୟ ଭାବେ କାର୍ଯ୍ୟ କରି କିଭଳି ଏଭଳି ଗ୍ରହାଣୁଙ୍କଠାରୁ ପୃଥିବୀକୁ ସୁରକ୍ଷିତ ରଖାଯାଇ ପାରିବେ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ଅନ୍ୟ ଏକ ସୌରମଣ୍ଡଳର ଧୂମକେତୁ ସୂର୍ଯ୍ୟ ଆଡ଼କୁ ମାଡ଼ି ଆସୁଛି। ଏହା ସୂର୍ଯ୍ୟରେ ମାଡ଼ ହେଲେ କ୍ଷତି ହେବାର ଆଶଙ୍କା ରହିଛି। ଏହା ଘଣ୍ଟା ପ୍ରତି ଦେଢ଼ ଲକ୍ଷ କିଲୋମିଟର ବେଗରେ ଗତି କରୁଛି। ଏହା ଏବେ ସୂର୍ଯ୍ୟଠାରୁ ୪୨ କୋଟି କିଲୋମିଟର ଦୂରରେ ରହିଛି। ଏହା ମଙ୍ଗଳ ଗ୍ରହ ନିକଟ ଦେଇ ସୂର୍ଯ୍ୟ ଆଡ଼କୁ ଯିବ। ଡିସେମ୍ବର ମାସରେ ଏହା ସୂର୍ଯ୍ୟକୁ ଧକ୍କା ଦେବ ବୋଲି ଅନୁମାନ କରାଯାଉଛି।

Share