ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଶହୀଦ ଯବାନଙ୍କୁ ସଲାମ କରିଛନ୍ତି।

ବଲିଉଡ ଅଭିନେତା ବରୁଣ ଧାୱନ ଟୁଇଟ୍‌ କରି କହିଛନ୍ତି, ‘ଆମ ସାହସୀ ସୈନ୍ୟଙ୍କ ଶହୀଦ ହେବାର ଖବର ଶୁଣିବା ପରେ ହୃଦୟ ଭାଙ୍ଗି ଯାଇଛି। ସେହି ହିରୋମାନଙ୍କ ବଳିଦାନ ପାଇଁ ଆମେ ସର୍ବଦା ଋଣୀ ହେବୁ।

ଅକ୍ଷୟ କୁମାର ଟୁଇ୍‌ଟ କରି ଲେଖିଛନ୍ତି, ‘ଗଲଓ୍ବାନ୍‌ ଉପତ୍ୟକାରେ ଶହୀଦ ଯବାନଙ୍କ କଥା ଶୁଣି ଦୁଃଖିତ। ଅବିଶ୍ୱସନୀୟ ସେବା ପାଇଁ ଆମେ ସେମାନଙ୍କ ନିକଟରେ ଆମେ ଚିର ଋଣୀ ହେବୁ। ସେମାନଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା।”

ଅଜୟ ଦେବଗନ ତାଙ୍କ ଟୁଇଟରେ ଲେଖିଛନ୍ତି, “ଭାରତର ସୀମା ତଥା ସମ୍ମାନ ରକ୍ଷା କରିବା ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତ୍ୟେକ ଯବାନଙ୍କୁ ନମସ୍କାର। ଜୟ ଯବାନ, ଜୟ ଭାରତ। ବୀର ଯବାନ।”

ଅଭିନେତ୍ରୀ ରବିନା ଟଣ୍ଡନ ଲେଖିଛନ୍ତି, “ଓମ ଶାନ୍ତି, ମୋର ସାହସୀ ଭାଇମାନେ। ସେମାନଙ୍କ ପରିବାରକୁ ସାନ୍ତ୍ୱନା। ଆମେ ସର୍ବଦା ଆପଣଙ୍କ ନିକଟରେ ଋଣୀ ହେବୁ।”

ହ୍ରିତିକ ରୋଶନ ଲେଖିଛନ୍ତି, “ସୀମାରେ ଶହୀଦ ହୋଇଥିବା ଯବାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି। ସେମାନଙ୍କ ପରିବାର ପ୍ରତି ପ୍ରାର୍ଥନା ଏବଂ ସମବେଦନା।

Share