Categories: ଜାତୀୟ

ଶହୀଦ ପରିବାରଙ୍କୁ ଶସ୍ତାରେ ଘର ଯୋଗାଇବେ ସରକାର

ନୂଆଦିଲ୍ଲୀ,୧।୧୨: ସୀମା ସୁରକ୍ଷା ବଳ(ବିଏସ୍‌ଏଫ)ର ୫୫ ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ର ସରକାର ଶହୀଦ ପରିବାରଙ୍କୁ ବଡ ଉପହାର ଦେଇଛନ୍ତି। ଡିସେମ୍ବର ୧ ସ୍ଥାପନା ଦିବସରେ ଆୟୋଜିତ ଏହି ସମାରୋହରେ ଯୋଗଦେଇ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏମିତି ସୂଚନା ଦେଇଛନ୍ତି। ସେ କହିଛନ୍ତି ବୀରତା ପୁରସ୍କାର ପାଇଥିବା ଯବାନଙ୍କ ପରିବାରଙ୍କୁ ରାଜଧାନୀ ଦିଲ୍ଲୀରେ ୧ ବିଏଚ୍‌କେ ଘର ଶସ୍ତାରେ ଯୋଗାଇ ଦିଆଯିବ। ଏହାସହ ୩୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ଯୋଗାଇ ଦେବେ ବୋଲି ଘୋଷଣା କରାଯାଇଛି। ଏହାସହ ଯବାନମାନେ ବର୍ଷକୁ ୧୦୦ଦିନ ନିଜ ପରିବାର ସହ ବିତାଇବେ ବୋଲି ଯୋଜନା ଚାଲିଥିବା ନିତ୍ୟାନନ୍ଦ କହିଛନ୍ତି। ସେହିପରି ଏମାନଙ୍କ ଅବସର ବୟସ ସୀମା ୬୦ ବର୍ଷକୁ ବୃଦ୍ଧି କରାଯିବ ଓ ଯେଉଁ ଯବାନମାନେ କଶ୍ମୀରରେ କାର୍ଯ୍ୟ କରୁଥିବେ ସେମାନଙ୍କୁ ଜମ୍ମୁରୁ ଦିଲ୍ଲୀ ମାଗଣା ବିମାନ ସେବା ମଧ୍ୟ ଯୋଗଇ ଦିଆଯିବ।

Share