ଶହୀଦ୍‌ ସୋଲେମାନୀ ଅପରେଶନ୍‌ରେ ଆମେରିକାର ୮୦ ସୈନ୍ୟଙ୍କ ମୃତ୍ୟୁ: ଇରାନ କଲା ଦାବି

ତେହେରାନ,୮।୧: ଇରାକରେ ଥିବା ଆମେରିକା ଏୟାର ବେସ୍‌ ଉପରେ ଇରାନ ବୁଧବାର ଆକ୍ରମଣ କରିଛି। ପଶ୍ଚିମ ଇରାକର ଅଲ୍‌ ଅସଦ ଏବଂ ଉତ୍ତର ଇରାକର ଇରବିଲ୍‌ ଏୟାର ବେସ୍‌ ଉପରେ ହୋଇଥିବା ଆକ୍ରମଣରେ ୮୦ ଜଣ ଆମେରିକା ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ଇରାନ ପକ୍ଷରୁ ଦାବି କରାଯାଇଛି। ଏହି ଅପରେଶନ୍‌କୁ ଇରାନ ପକ୍ଷରୁ ଶହୀଦ୍‌ ସୋଲେମାନୀ ଭାବେ ନାମିତ କରାଯାଇଛି। ଇରାନ ଦାବି ନେଇ ଆମେରିକା ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ। ତେବେ ପେଣ୍ଟାଗନ୍‌ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଥିବା ଆମେରିକା କହିଛି।

Share