Categories: ଜାତୀୟ

ଶହୀଦ୍‌ଙ୍କୁ ସମ୍ମାନ ଦେବା ଦେଶ ନାଗରିକଙ୍କ କର୍ତ୍ତବ୍ୟ: ଜେନେରାଲ ହୋଦା

ନୂଆଦିଲ୍ଲୀ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁରପ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ଶହୀଦ୍‌ ହେମନ୍ତ କରକାରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ପ୍ରଜ୍ଞା ଦେଇଥିବା ମନ୍ତବ୍ୟ ଅତି ନିନ୍ଦନୀୟ ବୋଲି ସର୍ଜିକାଲ ଷ୍ଟ୍ରାଇକ୍‌ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଲ୍ୟୁଟନାଟ୍‌ ଜେନେରାଲ ଡି.ଏସ୍‌. ହୋଦା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦେଶର ନାଗରିକମାନେ ପୋଲିସ୍‌ ତଥା ସେନା ବାହିନୀର ଶହୀଦ୍‌ଙ୍କୁ ସମ୍ମାନ ଦେବା ଆବଶ୍ୟକ। ପ୍ରଜ୍ଞା ଦେଇଥିବା ମନ୍ତବ୍ୟ ଦ୍ୱାରା ଶହୀଦ୍‌ଙ୍କ ଅପମାନ ହେଉଛି। ପ୍ରଜ୍ଞାଙ୍କର ଏଭଳି କାର୍ଯ୍ୟ ଦ୍ୱାରା ସେନା ତଥା ପୋଲିସ ଯବାନଙ୍କୁ ଆଘାତ ଲାଗିଥିବା ହୋଦା ପ୍ରକାଶ କରିଛନ୍ତି।

Share