Categories: ଜାତୀୟ

ଶହୀଦଙ୍କ ପୁଅକୁ କୋଳରେ ଧରି କୋହ ସମ୍ଭାଳି ପାରିଲେନି ଏସ୍‌ଏସ୍‌ପି

ଶ୍ରୀନଗର,୧୮।୬: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ପୋଲିସ ଅଧିକାରି ଅନ୍ୟଜଣେ ଶହୀଦ ପୋଲିସ ଅଧିକାରୀଙ୍କ ୪ ବର୍ଷର ପୁଅକୁ କୋଳରେ ଧରି କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଫଟୋଟି ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି। ଫଟୋଟି ସେମାବାର ଶ୍ରୀନଗରରେ ଥିବା ଜିଲା ପୋଲିସ ଲାଇନ୍‌ର। ଶହୀଦ ପୋଲିସ ଅଧିକାରୀ ଅରଶଦ ଖାଁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟର। ଯେଉଁ ସମୟରେ ଏସ୍‌ଏସ୍‌ପି ହସିବ ଗୁଲମ ଶହୀଦ ପୋଲିସ ଅଧିକାରୀ ଅରଶଦଙ୍କ ୪ ବର୍ଷର ପୁଅ ଉହବାନଙ୍କୁ କୋଳରେ ଧରି କାନ୍ଦି ପକାଇଥିଲେ। ସୂଚନାଯୋଗ୍ୟ, ରବିବାର ଅରଶଦଙ୍କର ଏମ୍ସରେ ମୃତ୍ୟୁ ହୋଇଯିବା ପରେ ତାଙ୍କୁ ସୋମବାର ଶ୍ରଦ୍ଧାଞ୍ଜଳି ଦିଆଯାଉଥିଲା।

Share