ଶଳା ବାହାଘର ପାଇଁ  କନ୍ୟାଡାକରାରେ ଆସୁଥିଲେ ଗର୍ଭବତୀ ଭଉଣୀ, ଭିଣେଇ କୁନି ଭାଣିଜୀ, ଦୁର୍ଘଟଣାରେ ଆଖିବୁଜିଦେଲେ ସମସ୍ତେ 

ପଟ୍ଟାଙ୍ଗି,୨୭।୬(ଶରତ ଧଳ): ମୃତ୍ୟୁ କେତେବେଳେ  ଆସିବ କିଏ ବା କହିପାରିବ।  ଘରୁ ଖୁସିରେ ବାହାରିଥିଲେଲେ ବିବାହ ଉତ୍ସବରେ ଯୋଗ ଦେବାପାଇଁ ହେଲେ ଅଧା ରାସ୍ତାରେ ଅପେକ୍ଷା କରି ରହିଥିଲା ମୃତ୍ୟୁ। ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଣ୍ଡି ପୁଙ୍ଗାରଗ୍ରାମ ନିକଟରେ ।
ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନରେ ରହିଥିବା ମାଳିମାର୍ଲା ଗ୍ରାମର ପିଣ୍ଟୁ ଚୌଧିରୀଙ୍କ ଭଉଣୀ ବୋରିଗୁମ୍ମା ଅଞ୍ଚଳର ବାଙ୍ଗସାହିର ଟୁନେଶ୍ୱର ପ୍ରଧାନଙ୍କୁ ମଙ୍ଗଳବାର ବିବାହ କରିଥାନ୍ତେ। ଉକ୍ତ ବିବାହ ପୂର୍ବରୁ ପରମ୍ପରା ଅନୁଯାୟୀ  ଟୁନେଶ୍ୱରଙ୍କ ଭିଣେଇ ରବୀ ପ୍ରଧାନ ୨ ମାସର ଗର୍ଭବତୀ ଭଉଣୀ ରଶ୍ମିତା ପ୍ରଧାନ ଏବଂ ୬ ବର୍ଷର ଶିଶୁ କନ୍ୟା ଶୁଭଲକ୍ଷ୍ମୀ ପ୍ରଧାନଙ୍କୁ ନେଇ ଝିଅ ଡାକରା ପାଇଁ ପିଣ୍ଟୁ ଚୌଧିରୀଙ୍କ ଘରକୁ କାର ନଂ ଓଡି୧୦ପି ୫୯୧୨ ଯୋଗେ ଯାଉଥିଲେ। ମାତ୍ର ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ନଂ ଓଡ୦୭ଏଡି୨୫୧୭ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ କାର ଚଲାଉ ଥିବା ରବୀ ଏବଂ ତାଙ୍କ ସ୍ତ୍ରୀ ରଶ୍ମିତା ଘଟଣାସ୍ଥଳେ ମୃତ୍ୟୁବରଣ କରିଥିବା ବେଳେ କାର ପଛପଟରେ ବସିଥିବା ଶିଶୁକନ୍ୟା ଶୁଭଲକ୍ଷ୍ମୀ ଗୁରୁତର ହୋଇଥିଲେ। ହେଲେ ଉଦ୍ଧାର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ସେଠାରେ ଉପସ୍ଥିତଥିବା ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଟ୍ୟାଙ୍କର ଡ୍ରାଇଭର ଦିଲ୍ଲୀପ କୁମାର ବେହେରା କହିଛନ୍ତି, ମୋ ଗାଡ଼ି ସମ୍ମୁଖରୁ ଆସୁଥିବା କାରଟି ଦ୍ରୁତ ଗତିରେ ଥିଲ। ପରେ ମୋର ଡାହାଣ ପାର୍ଶ୍ୱରେ କାରଟି ପିଟିହୋଇ ଓଲଟି ପଡିଥିଲା। ଖବରପାଇ ପଟ୍ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତକଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଛନ୍ତି ମୃତଦେହ ବ୍ୟବଚ୍ଛେଦ ପାଇଁ। ପରେ ଟ୍ୟାଙ୍କର ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri