Categories: ଜାତୀୟ

ଶର୍ଟସର୍କିଟ୍‌ରୁ ଫ୍ରିଜ୍‌ ଫାଟିଲା:ଖବରଦାତାଙ୍କ ସହ ସ୍ତ୍ରୀ, ମା’ଙ୍କ ମୃତ୍ୟୁ

ଚେନ୍ନାଇ,୨୮।୬:ଏକ ରେଫ୍ରିଜରେଟରରେ ବିସ୍ଫୋରଣ ହେବାରୁ ତାମିଲ ଟିଭି ଚ୍ୟାନେଲ୍‌ର ଖବରଦାତା, ତାଙ୍କ ସ୍ତ୍ରୀ ଓ ମାଆଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ ଶର୍ଟ ସର୍କିଟରୁ ଏଭଳି ବିସ୍ଫୋରଣ ହୋଇଥିବା ପୋଲିସ କହିଛି। ବିସ୍ଫୋରଣ ପରେ ଘରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ଯାହା ଫଳରେ ଶ୍ୱାସରୁଦ୍ଧ ହୋଇ ତିନି ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକମାନେ ହେଲେ ନ୍ୟୁଜ୍‌ ଜି ଚ୍ୟାନେଲର ଖବରଦାତା ପ୍ରସନ୍ନ (୩୬), ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀ ଅର୍ଚ୍ଚନା(୩୨) ଓ ମାଆ ରେବତୀ (୫୯)। ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ବୁଧବାର ରାତି ୨ଟାରେ ସେମାନେ ଶୋଇଥିବାବେଳେ ଫ୍ରିଜ୍‌ରେ ବିସ୍ଫୋରଣ ହୋଇଥିଲା। ଏହାପରେ ବିଦ୍ୟୁତ କଟିଯିବାରୁ ସେମାନେ ଉଦ୍ୟମ କରି ମଧ୍ୟ ବାହାରକୁ ବାହାରିପାରି ନ ଥିଲେ।

Share