ଶରୀର ପାଇଁ ଲାଭଦାୟକ ମଞ୍ଜି ଜାତୀୟ ଖାଦ୍ୟ

ଆଧୁନିକ ଜୀବନଶୈଳୀ ଅନେକ ମାରାତ୍ମକ ରୋଗର କାରଣ ପାଲଟିଛି। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିପାରିବା। ସମସ୍ତଙ୍କର ଧାରଣାଥାଏ ସୁସ୍ଥ ରହିବାକୁ ହେଲେ ଫଳ, ପନିପରିବା ଯଥେଷ୍ଟ ମାତ୍ରାରେ ଖାଇବା ଉଚିତ। ତାହା ଠିକ୍‌, ହେଲେ ଏମିତି କିଛି ମଞ୍ଜି ଅଛି ଯାହା ଖାଇଲେ ଶରୀରରୁ ୍ରନେକ ରୋଗ ଦୂରେଇ ଯାଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ରାଶି: ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟସ୍‌, କ୍ୟାଲସିୟମ ଓ ଅନ ସାଚ୍ୟୁରେଟେଡ୍‌ ଫ୍ୟାଟ୍ସ ରହିଛି। ଏହାକୁ ଖାଇଲେ ଉଚ୍ଚରକ୍ତଚାପ ଓ କ୍ୟାନସର ଭଳି ରୋଗ ଦୂରେଇ ଯାଇଥାଏ।

ଅଳସି ବା ଫେଶୀ: ଏଥିରେ ରହିଛି ଏସିଡ୍‌, ପ୍ରୋଟିନ୍‌, ଫାଇବର, ଭିଟାମିନ୍‌ ବି, ସେଲେନିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ ଓ ଜିଙ୍କ। ଏହା ଶରୀରକୁ ଏନର୍ଜି ବା ଶକ୍ତି ଯୋଗାଇ ଥାଏ। ଏହାଛଡା ନିୟମିତି ଅଳସି ମଞ୍ଜି ଖାଇଲେ ଥଣ୍ଡା ସର୍ଦ୍ଦି, କାଶ ଆଦି ହୋଇ ନ ଥାଏ।

କଖାରୁ ମଞ୍ଜି: କଖାରୁ ଅନେକଙ୍କୁ ଖାଇବାକୁ ଭଲ ଲାଗି ନ ଥାଏ। ହେଲେ ଏହାର ମଞ୍ଜି ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ରହିଛି ଭିଟାମିନ ସି, ଇ, ଆଇରନ୍‌, କ୍ୟାଲସିୟମ୍‌, ପୋଟାସିୟମ, ଜିଙ୍କ, ପ୍ରୋଟିନ ଓ ଫାଇବର। ଏହା ରକ୍ତ ସଫା କରିବା ସହ ପେଟ ସଫା ରଖିବାରେ ସାହାଯ୍ୟ କରିଥାଏ।

ପଣସ ମଞ୍ଜି: ଖରାଦିନେ ମିଳୁଥିବା ପଣସ ମଞ୍ଜିରେ ରହିଛି ଭିଟାମିନ୍‌ ଏ, ସି, ବି, କାର୍ବୋହାଇଡ୍ରେଟ୍ସ, ଜିଙ୍ଗ ଏବଂ ଫସଫରସ୍‌। ସାଧାରଣତଃ ଜ୍ୱର, ବାନ୍ତି, କାଶ ତଥା କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢିବାର ଗୁଣ ରହିଛି। ଏହାଛଡା ନିୟମିତ ଏହାକୁ ସେବନ କଲେ ହୃଦରୋଗ ସମସ୍ୟା ଦୂର ହୋଇଥାଏ।