ଶରୀର ପାଇଁ ଲାଭଦାୟକ ଥଣ୍ଡା କ୍ଷୀର

ନିୟମିତ କ୍ଷୀର ପିଇଲେ ଶରୀର ସୁସ୍ଥ ରହିଥାଏ। ହେଲେ ଏହି କ୍ଷୀରକୁ କେହି ଉଷୁମ ଅବସ୍ଥାରେ ପିଅନ୍ତି ତ ଆଉ କେହି ଥଣ୍ଡା କ୍ଷୀର ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ଆମ ଶରୀର ପାଇଁ ଅଧିକ ଉପକାରୀ ଏକଥା ଅନେକଙ୍କୁ ଜଣା ନ ଥିବ। କ୍ଷୀର ଶରୀରର ଯେଉଁ ଆବଶ୍ୟକତାକୁ ପୂରଣ କରିଥାଏ ତାହା ଆଉ କେଉଁଠୁ ମିଳି ନ ଥାଏ। ତେଣୁ ନିୟମିତ କ୍ଷୀର ପିଇଲେ ଅନେକ ଉପକାର ମିଳେ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି।
– ନିୟମିତ ଥଣ୍ଡା କ୍ଷୀର ପିଇଲେ ଏସିଡିଟି, ମେଦବୃଦ୍ଧି, ବାରମ୍ବାର ଭୋକ ଲାଗିବା ଭଳି ସମସ୍ୟା ଦୂର ହୋଇଥାଏ।
-ଏହାଦ୍ୱାରା ଶରୀରରେ ଚର୍ବି ବୃଦ୍ଧି ହୋଇ ନ ଥାଏ।
-ଏହା ଶରୀରକୁ ଶକ୍ତି ଯୋଗାଇବା ସହ ଚର୍ମକୁ ଟାଇଟ୍‌ କରି ରଖିଥାଏ।
-ଥଣ୍ଡା କ୍ଷୀର ପ୍ରୋଟିନର ଅଭାବକୁ ପୂରଣ କରିଥାଏ।
-ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ ଓ ଭୋକ ମଧ୍ୟ ଅଧିକ ଲାଗି ନ ଥାଏ।
-ଥଣ୍ଡା କ୍ଷୀର ପିଇଲେ ଶରୀରରେ ଜଳୀୟ ଅଂଶ ଠିକ୍‌ ରହିଥାଏ। ଏସିଡିଟି ଭଳି ସମସ୍ୟା ଆଦୌ ଦେଖାଯାଇ ନ ଥାଏ।
– ଏହାକୁ ପିଇଲେ ଶରୀରର ତାପମାତ୍ର ନିୟନ୍ତ୍ରଣରେ ରହିବା ସହ ମେଦବୃଦ୍ଧି ମଧ୍ୟ ନିୟନ୍ତ୍ରିତ ସ୍ତରରେ ରହିଥାଏ।