ଶରୀର ପାଇଁ କ୍ଷତିକାରକ ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌

କିଛିବର୍ଷ ପୂର୍ବରୁ ଲୋକମାନେ ମାଟି ବା କାଚ ପାତ୍ରରେ ଚା’ ପିଉଥିଲେ। ହେଲେ ଆଧୁନିକ ଯୁଗରେ ମାଟି ବା କାଚ ପାତ୍ରର ସ୍ଥାନ ନେଇଛି ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌। ଏହା ଆଖିକୁ ସୁନ୍ଦର ଦେଖାଯିବା ସହ ବ୍ୟବହାରରେ ସହଜ ହେଉଥିବାରୁ ଲୋକମାନେ ଏହାର ବହୁଳ ବ୍ୟବହାର କରୁଛନ୍ତି। ଆଜିକାଲି ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌ର ବ୍ୟବହାର କେବଳ ବଜାରରେ ନୁହେଁ, ବିବାହ ବ୍ରତ ବା ଘରେ କୌଣସି ପାର୍ଟିରେ ମଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ବଜାରରେ ଆମେ ଚା’ ପିଇଲା ବେଳେ ପ୍ଲାଷ୍ଟିକ ବା ଥର୍ମୋକୋଲ କପ୍‌ରେ ଚା’ ପିଇଥାଉ। ହେଲେ ଜାଣିଛନ୍ତି କି, ଏହା ଶରୀର ପାଇଁ କେତେ କ୍ଷତିକାରକ। ଲଗାତର ଭାବେ ଏହି ପାତ୍ରରେ ଚା’ ପିଇଲେ କ୍ୟାନ୍‌ସର ଭଳି ରୋଗ ହେବାର ଆଶଙ୍କା ବୃଦ୍ଧିପାଇଥାଏ ବୋଲି ବିଶେଷଜ୍ଞଙ୍କ ମତ ପ୍ରକାଶ ପାଇଛି। ତେବେ ଆସନ୍ତୁ ଜାଣିବା ଏହାର ବହୁଳ ବ୍ୟବହାର ଦ୍ୱାରା କ’ଣ କ’ଣ କ୍ଷତି ହୋଇଥାଏ।
*ଡାକ୍ତରଙ୍କ କହିବା ଅନୁସାରେ ଏହି ପାତ୍ର ପଲିଷ୍ଟିରେନ୍‌ରୁ ତିଆରି ହୋଇଥାଏ, ଯାହା ଆମ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ। ଗରମ ଚା’ କି କଫି ଏହି କପ୍‌ରେ ପିଇବା ଯୋଗୁ ଅନେକ ହାନିକାରକ ତତ୍ତ୍ୱ ଆମ ଶରୀର ଭିତରକୁ ଚାଲିଯାଇଥାଏ। ଏହା ପରେ ମାରାତ୍ମକ ରୋଗର ରୂପ ନେଇପାରେ।
*ଏହି କପ୍‌ରେ ଚା’ ପିଇବା ଦ୍ୱାରା ଆଲର୍ଜି ମଧ୍ୟ ହୋଇପାରେ। ଯଦି ନିୟମିତ ଏହି କପ୍‌ରେ ଚା’ କି କଫି ପିଇବେ ତେବେ ଆଲର୍ଜି ସମସ୍ୟା ଦେଖାଦେବ। ଆଉ ଆପଣ ଜାଣି ମଧ୍ୟ ପାରିବେ ନାହିଁ କି କେଉଁ କାରଣରୁ ଆଲର୍ଜି ହେଉଛି।
*କେବଳ ସେତିକି ନୁହେଁ ପେଟ ଖରାପ ହେବା ପଛରେ ମଧ୍ୟ ଏହି କପ୍‌ ଦାୟୀ ହୋଇପାରେ। ଏହା ହାଇଜିନିକ ହୋଇ ନ ଥିବାରୁ ଖାଦ୍ୟ ହଜମ ହେବାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏହି କପ୍‌ରେ ଗରମ ଚା’ କିମ୍ବା କଫି ଢାଳିବା ମାତ୍ରେ ଏଥିରେ ଥିବା ଜୀବାଣୁ ତରଳ ପଦାର୍ଥରେ ମିଶିଯାଇଥାଏ। ଆଉ ଏହା ପାଟି ଦ୍ୱାରା ଆମ ଶରୀରକୁ ଯାଇ ପେଟ ସମସ୍ୟା ଦେଖାଦେଇଥାଏ।
* ଏହି କପ୍‌ରେ ପିଇବା ଅଭ୍ୟାସ ନ ଛାଡ଼ିଲେ ଆପଣଙ୍କୁ ହାର୍ଟ ଓ ଡାଇବେଟିସ ସମ୍ବନ୍ଧୀୟ ରୋଗ ଭଳି ସମସ୍ୟା ସୃଷ୍ଟି କରିପାରେ। କେବଳ ବ୍ୟାକ୍ଟେରିଆ ନୁହେଁ ଏହି କପ୍‌ରେ ଗରମ ପଦାର୍ଥ ପିଇଲେ ଏସିଡ୍‌ ମଧ୍ୟ ପେଟ ଭିତରକୁ ଚାଲିଯାଏ।
*ଆଉ ଏହା ଯୋଗୁ କିଡ୍‌ନୀ ଏବଂ ଲିଭରରେ କ୍ୟାନ୍‌ସର ସମସ୍ୟା ବଢ଼ିଯାଏ। ଏହା କେବଳ ଆମ ଶରୀର ପାଇଁ ନୁହେଁ ପରିବେଶ ପାଇଁ ମଧ୍ୟ ଖରାପ ହୋଇଥାଏ। ମାଟିରେ ଏହା ସହଜରେ ମିଶି ପାରୁ ନ ଥିବାରୁ ପରିବେଶ ପ୍ରଦୂଷିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri