ଶରୀର ପାଇଁ କ୍ଷତିକାରକ ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌

କିଛିବର୍ଷ ପୂର୍ବରୁ ଲୋକମାନେ ମାଟି ବା କାଚ ପାତ୍ରରେ ଚା’ ପିଉଥିଲେ। ହେଲେ ଆଧୁନିକ ଯୁଗରେ ମାଟି ବା କାଚ ପାତ୍ରର ସ୍ଥାନ ନେଇଛି ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌। ଏହା ଆଖିକୁ ସୁନ୍ଦର ଦେଖାଯିବା ସହ ବ୍ୟବହାରରେ ସହଜ ହେଉଥିବାରୁ ଲୋକମାନେ ଏହାର ବହୁଳ ବ୍ୟବହାର କରୁଛନ୍ତି। ଆଜିକାଲି ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌ର ବ୍ୟବହାର କେବଳ ବଜାରରେ ନୁହେଁ, ବିବାହ ବ୍ରତ ବା ଘରେ କୌଣସି ପାର୍ଟିରେ ମଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ବଜାରରେ ଆମେ ଚା’ ପିଇଲା ବେଳେ ପ୍ଲାଷ୍ଟିକ ବା ଥର୍ମୋକୋଲ କପ୍‌ରେ ଚା’ ପିଇଥାଉ। ହେଲେ ଜାଣିଛନ୍ତି କି, ଏହା ଶରୀର ପାଇଁ କେତେ କ୍ଷତିକାରକ। ଲଗାତର ଭାବେ ଏହି ପାତ୍ରରେ ଚା’ ପିଇଲେ କ୍ୟାନ୍‌ସର ଭଳି ରୋଗ ହେବାର ଆଶଙ୍କା ବୃଦ୍ଧିପାଇଥାଏ ବୋଲି ବିଶେଷଜ୍ଞଙ୍କ ମତ ପ୍ରକାଶ ପାଇଛି। ତେବେ ଆସନ୍ତୁ ଜାଣିବା ଏହାର ବହୁଳ ବ୍ୟବହାର ଦ୍ୱାରା କ’ଣ କ’ଣ କ୍ଷତି ହୋଇଥାଏ।
*ଡାକ୍ତରଙ୍କ କହିବା ଅନୁସାରେ ଏହି ପାତ୍ର ପଲିଷ୍ଟିରେନ୍‌ରୁ ତିଆରି ହୋଇଥାଏ, ଯାହା ଆମ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ। ଗରମ ଚା’ କି କଫି ଏହି କପ୍‌ରେ ପିଇବା ଯୋଗୁ ଅନେକ ହାନିକାରକ ତତ୍ତ୍ୱ ଆମ ଶରୀର ଭିତରକୁ ଚାଲିଯାଇଥାଏ। ଏହା ପରେ ମାରାତ୍ମକ ରୋଗର ରୂପ ନେଇପାରେ।
*ଏହି କପ୍‌ରେ ଚା’ ପିଇବା ଦ୍ୱାରା ଆଲର୍ଜି ମଧ୍ୟ ହୋଇପାରେ। ଯଦି ନିୟମିତ ଏହି କପ୍‌ରେ ଚା’ କି କଫି ପିଇବେ ତେବେ ଆଲର୍ଜି ସମସ୍ୟା ଦେଖାଦେବ। ଆଉ ଆପଣ ଜାଣି ମଧ୍ୟ ପାରିବେ ନାହିଁ କି କେଉଁ କାରଣରୁ ଆଲର୍ଜି ହେଉଛି।
*କେବଳ ସେତିକି ନୁହେଁ ପେଟ ଖରାପ ହେବା ପଛରେ ମଧ୍ୟ ଏହି କପ୍‌ ଦାୟୀ ହୋଇପାରେ। ଏହା ହାଇଜିନିକ ହୋଇ ନ ଥିବାରୁ ଖାଦ୍ୟ ହଜମ ହେବାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏହି କପ୍‌ରେ ଗରମ ଚା’ କିମ୍ବା କଫି ଢାଳିବା ମାତ୍ରେ ଏଥିରେ ଥିବା ଜୀବାଣୁ ତରଳ ପଦାର୍ଥରେ ମିଶିଯାଇଥାଏ। ଆଉ ଏହା ପାଟି ଦ୍ୱାରା ଆମ ଶରୀରକୁ ଯାଇ ପେଟ ସମସ୍ୟା ଦେଖାଦେଇଥାଏ।
* ଏହି କପ୍‌ରେ ପିଇବା ଅଭ୍ୟାସ ନ ଛାଡ଼ିଲେ ଆପଣଙ୍କୁ ହାର୍ଟ ଓ ଡାଇବେଟିସ ସମ୍ବନ୍ଧୀୟ ରୋଗ ଭଳି ସମସ୍ୟା ସୃଷ୍ଟି କରିପାରେ। କେବଳ ବ୍ୟାକ୍ଟେରିଆ ନୁହେଁ ଏହି କପ୍‌ରେ ଗରମ ପଦାର୍ଥ ପିଇଲେ ଏସିଡ୍‌ ମଧ୍ୟ ପେଟ ଭିତରକୁ ଚାଲିଯାଏ।
*ଆଉ ଏହା ଯୋଗୁ କିଡ୍‌ନୀ ଏବଂ ଲିଭରରେ କ୍ୟାନ୍‌ସର ସମସ୍ୟା ବଢ଼ିଯାଏ। ଏହା କେବଳ ଆମ ଶରୀର ପାଇଁ ନୁହେଁ ପରିବେଶ ପାଇଁ ମଧ୍ୟ ଖରାପ ହୋଇଥାଏ। ମାଟିରେ ଏହା ସହଜରେ ମିଶି ପାରୁ ନ ଥିବାରୁ ପରିବେଶ ପ୍ରଦୂଷିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri