ଶରୀରର ବର୍ଜ୍ୟବସ୍ତୁ

”ଶରୀର ତା’ର ଦୂଷିତ ବିଷାକ୍ତ ପଦାର୍ଥକୁ ବାହ୍ୟ ମାର୍ଗ ମୁଖ, ନାସା, ଲୋମକୂପ, ମଳ ମୂତ୍ର ଦ୍ୱାର, ଚକ୍ଷୁ, ନାସା ଅନ୍ତର୍ଗତ କୋଣ ପ୍ରଭୃତି ଦ୍ୱାର ଦେଇ ବାୟୁ ଦ୍ୱାରା ବାହାରକୁ ନିଷ୍କାସନ କରିଥାଏ। ମାତ୍ର ଆମେ ସେହି ଦୂଷିତ ପଦାର୍ଥ ବେଗକୁ ରୋକିଲେ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିବୁ, ଯାହାକି ଚିକିତ୍ସାରେ ଅବହେଳା କଲେ ଦୁରାରୋଗ୍ୟ ବ୍ୟାଧିରେ ରୂପାନ୍ତରିତ ହୋଇଥାଏ।“

ଶରୀର ତା’ର ଦୂଷିତ ବିଷାକ୍ତ ପଦାର୍ଥକୁ ବାହ୍ୟ ମାର୍ଗ ମୁଖ, ନାସା, ଲୋମକୂପ, ମଳ ମୂତ୍ର ଦ୍ୱାର, ଚକ୍ଷୁ, ନାସା ଅନ୍ତର୍ଗତ କୋଣ ପ୍ରଭୃତି ଦ୍ୱାର ଦେଇ ବାୟୁ ଦ୍ୱାରା ବାହାରକୁ ନିଷ୍କାସନ କରିଥାଏ। ମାତ୍ର ଆମେ ସେହି ଦୂଷିତ ପଦାର୍ଥ ବେଗକୁ ରୋକିଲେ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିବୁ, ଯାହାକି ଚିକିତ୍ସାରେ ଅବହେଳା କଲେ ଦୁରାରୋଗ୍ୟ ବ୍ୟାଧିରେ ରୂପାନ୍ତରିତ ହୋଇଥାଏ। ସେହି ଅଧାରଣୀୟ ବେଗଗୁଡ଼ିକ ମଧ୍ୟରୁ ମଳ, ମୂତ୍ର, ଶୁକ୍ର, ଅପାନବାୟୁ(ମଳଦ୍ୱାର ଦେଇ ନିର୍ଗମନ ବାୟୁ), ବମନ ବା ବାନ୍ତି, ଛିଙ୍କ, ଉଦ୍‌ଗାର, ହାଇ ମାରିବା, ଅଶ୍ରୁ ବା ଲୋତକ ସ୍ରାବ ଦ୍ୱାରା ଅଦରକାରୀ ପଦାର୍ଥ ଶରୀରରୁ ବାହାରି ଯାଇଥାଏ, ମାତ୍ର ଏହି ବେଗକୁ ରୋକିଲେ କେଉଁ ରୋଗ ହୋଇଥାଏ, ସେହି ବିଷୟରେ ସମ୍ୟକ ଆଲୋଚନା କରିବୁ।
ମଳ ବେଗ : ମଳ ବେଗକୁ ରୋକିଲେ କଲେ, ପକ୍ୱାଶୟ, ମୂତ୍ରରେ ଯନ୍ତ୍ରଣା, ବାୟୁ ଦ୍ୱାରା ମଳାବରୋଧ, ଜାନୁ ଆଦି ସ୍ଥାନରେ ଯନ୍ତ୍ରଣା ଓ ଉଦରପୀଡ଼ା ହୋଇଥାଏ।
ମୂତ୍ର ବେଗ : ମୂତ୍ର ବେଗକୁ ରୋକିଲେ ମୂତ୍ରଥଳି ଓ ଲିଙ୍ଗରେ ଶୂଳ, ମୂତ୍ରାଳ୍ପତା, ମୁଣ୍ଡଯନ୍ତ୍ରଣା ହୋଇଥାଏ। ଭବିଷ୍ୟତରେ ବୃକ୍‌କ ରୋଗ ଦେଖାଯାଏ।
ଶୁକ୍ର ବେଗ : ଶୁକ୍ର ବେଗକୁ ଅଟକାଇଲେ ବୀର୍ଯ୍ୟ ସ୍ଖଳନ ସମ୍ପୂର୍ଣ୍ଣ ରୂପେ ନ ହୋଇ ପାରି ଅଣ୍ଡକୋଷରେ ଶୂଳ, ଅଙ୍ଗମର୍ଦ୍ଦ(ଅଙ୍ଗରେ ପୀଡ଼ା), ହୃଦୟରେ ଯନ୍ତ୍ରଣା, ମୂତ୍ର ରହି ରହି ଆସିବା ଦେଖାଯାଏ।
ଅପାନବାୟୁ: ଏହାର ନିର୍ଗମନ ବେଗକୁ ରୋକିଲେ ଫେଣଯୁକ୍ତ ମୂତ୍ର, ସ୍ରାବ, ମଳ ଠିକ୍‌ ରୂପେ ନିଷ୍କାସନ ନ ହେବା, କ୍ଳାନ୍ତି, ଉଦରପୀଡ଼ା ହୋଇଥାଏ।
ବମନ ବେଗ : ବମନ(ବାନ୍ତି) ବେଗକୁ ରୋକିଲେ ଶରୀରରେ କଣ୍ଡୁ(କୁଣ୍ଡେଇହେବା), ଭୋଜନରେ ଅରୁଚି, ଶୋଥ, ଶରୀର ରକ୍ତ ହୀନତା(ପାଣ୍ଡୁ), ଜ୍ୱର, କୁଷ୍ଠ ଏବଂ ବିସର୍ପ ଆଦି ଦେଖାଯାଏ।
ଛିଙ୍କ ବେଗ : ଛିଙ୍କ ବେଗକୁ ରୋକିଲେ ମନ୍ୟାସ୍ତମ୍ଭ(ସର୍ଭିକାଲ ସ୍ପଣ୍ଡିଲୋସିସ୍‌) ଶିରଃଶୂଳ, ଅର୍ଦ୍ଦିତ(ମୁଖମଣ୍ଡଳରେ ପକ୍ଷାଘାତ), ଅର୍ଦ୍ଧକପାଳି ଦୁର୍ବଳତା ଆଦି ଦେଖାଯାଏ।
ଉଦ୍‌ଗାର ବେଗ : ଉଦ୍‌ଗାର ବେଗକୁ ରୋକିଲେ ହିକ୍କା, ଶ୍ୱାସ, ଭୋଜନରେ ଅରୁଚି, କମ୍ପ, ଛାତିରେ ଜଳାପୋଡ଼ା ହେବା ଦେଖାଯାଏ।
ହାଇ ବେଗ : ଜୃମ୍ଭା(ହାଇ) ବେଗକୁ ବନ୍ଦ କଲେ ଆକ୍ଷେପ(କନ୍‌ଭଲସନ୍‌) ଶୂନ୍ୟତା, ଶରୀର, ହସ୍ତପାଦରେ କମ୍ପ ଓ ପିପାସା(ଶୋଷ) ଲାଗିଥାଏ।
ପିପାସା ବେଗ : ପିପାସା(ଶୋଷ)ଲାଗିବା ସମୟରେ ପାଣି ନ ପିଇଲେ କଣ୍ଠ ଓ ମୁଖ ଶୁଷ୍କତା, ଥକ୍କା, ଅବସାଦ(ଡିପ୍ରେସନ୍‌) ଏବଂ ହୃଦ୍‌ପୀଡ଼ା ହୋଇଥାଏ।
ଅଶ୍ରୁ ବେଗ : ଅଶ୍ରୁବେଗକୁ ଅଟକାଇଲେ ପ୍ରତିଶ୍ୟାୟ(ରିନିଟିଜ୍‌), ନେତ୍ରରୋଗ, ହୃଦ୍‌ରୋଗ, ଭୋଜନରେ ଅରୁଚି, ମୁଣ୍ଡ ବୁଲାଇବା ଦେଖାଯାଏ। ଏଥିରେ ଶୟନ ଓ ପ୍ରିୟବାକ୍ୟ ଶ୍ରବଣ ଶ୍ରେୟସ୍କର।
ନିଦ୍ରା ବେଗ : ନିଦ୍ରା ବେଗକୁ ରୋକିଲେ ହାଇମାରିବା, ନିନ୍ଦ୍ରା, ଶିରଃଶୂଳ, ନେତ୍ର ଗୁରୁତା ବୋଧ ହୋଇଥାଏ। ଏଥିରେ ବିଶ୍ରାମ ନେବା ଉଚିତ।
ଏଣୁ ପ୍ରତି ରୋଗ ଆରମ୍ଭରୁ କାରଣ ଖୋଜି ତା’ର ଚିକିତ୍ସା କଲେ ତାହା ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥାଏ। ମାତ୍ର ଲାକ୍ଷଣିକ ଚିକିତ୍ସା ଦ୍ୱାରା ଏହାର କେବଳ ଉପଶମ ହୋଇପାରେ। ତେଣୁ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶାନୁଯାୟୀ ଔଷଧ ସେବନ କଲେ ଏହା ସାମୟିକ ଉପଶମ ନ ହୋଇ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ପାରିବ ନଚେତ୍‌ ଭବିଷ୍ୟତରେ ଅସାଧ୍ୟ ବ୍ୟାଧି ରୂପେ ଦେଖାଦେବ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri