ଶରୀରରେ ହିମୋଗ୍ଲୋବିନ୍‌ ସ୍ତର ବୃଦ୍ଧି କରେ ମିଶ୍ରି

ମିଶ୍ରି ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ଶରୀରରେ ହିମୋଗ୍ଲୋବିନ୍‌ର ସ୍ତର କମ ହେବା ଦ୍ୱାରା ରକ୍ତର ଅଭାବ ଦେଖାଦେଇଥାଏ। ଯାହା ଫଳରେ କିଛି କାମ ନକରି ମଧ୍ୟ ଥକା ଲାଗିଥାଏ। ଏପରିକି ଶରୀର ଦୁର୍ବଳ ଲାଗେ। ମିଶ୍ରି ଏହି ସମସ୍ତ ସମସ୍ୟାକୁ ସମାଧାନ କରିଥାଏ। ନିୟମିତ ମିଶ୍ରି ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ ସ୍ତର ବୃଦ୍ଧି ପାଇଥାଏ ଓ ରକ୍ତ ସଞ୍ଚାଳନ ଠିକ ହୋଇଥାଏ। ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ସବୁ ଥଣ୍ଡାଜନିତ ରୋଗରୁ ଉପଶମ ପାଇବା ପାଇଁ ମିଶ୍ରି ଗୁଣ୍ଡକୁ ଗୋଲମରିଚ ଗୁଣ୍ଡ ଓ ଘିଅ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ରାତି ସମୟରେ ଖାଆନ୍ତୁ। ଏହାଦ୍ୱାରା ଥଣ୍ଡା କାଶରୁ ମୁକ୍ତି ମିଳିଥାଏ।