ଶରିଫ ଗୁରୁତର: ବିଦେଶ ଯିବାକୁ ନେଇ ଉପୁଜୁଛି ବାଧା

ଇସ୍‌ଲାମାବାଦ,୧୧।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଗୁରୁତର ହୋଇ ପଡିଛନ୍ତି। ରବିବାର ସେ ଉନ୍ନତ ଚିକିତ୍ସା ଲାଗି ଲଣ୍ଡନ ଯିବାର ଯୋଜନା ଥିଲା। ହେଲେ ଏପର୍ଯ୍ୟନ୍ତ ତାଙ୍କ ନାଁ ନୋ ଫ୍ଲାଏ ଲିଷ୍ଟ ବା (Exist Control List-ECL)ରୁ ହଟାଯାଇ ନ ଥିବାରୁ ସେ ବିଦେଶ ଯାତ୍ରା କରିପାରୁ ନାହାନ୍ତି। ସରକାରଙ୍କ ଦ୍ୱାରା ଉକ୍ତ ତାଲିକାରୁ ତାଙ୍କ ନାଁ ନ ହଟିବାରୁ ଏବେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହୋଇ ଯାଇଥିଲେ ବି ସେ ବିଦେଶ ଯାଇପାରୁ ନ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ତାଙ୍କ ସ୍ବାସ୍ଥ୍ୟର ଅବନତିକୁ ଦେଖି ଲାହୋର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

Share