ଶରିଫ ଅସୁସ୍ଥ

ଇସ୍‌ଲାମାବାଦ,୨୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶନିବାର ଏକ ହୃଦଘାତ ହୋଇଥିବା ସୂଚନା ମିଳିଛି। ସେ ଚିକିତ୍ସିତ ହେଉଥିବା ସର୍ଭିସେସ୍‌ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ସପ୍ତାହରେ ତାଙ୍କର ପ୍ଲେଟଲେଟ୍‌ କାଉଣ୍ଟ କମ୍‌ ହୋଇ ଯିବାରୁ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ଜାମିନ ମିଳିବାରୁ ସେ ଏବେ ସର୍ଭିସେସ୍‌ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ଏହି ସମୟରେ ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିବାରୁ ଏହା ଯଦିଓ ତାଙ୍କ ପାଇଁ ବିଶେଷ କ୍ଷତିକାରକ ନୁହେଁ ତଥାପି ତାଙ୍କୁ ହାଲିଆ ଲାଗିବ ବୋଲି ଡାକ୍ତର କହିଛନ୍ତି। ଯେବେଠାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେବେଠାରୁ ତାଙ୍କ ସ୍ବାସ୍ଥରେ ଅବନତି ଘଟୁଛି ବୋଲି ଡାକ୍ତର କହିଛନ୍ତି।

Share