Categories: ଜାତୀୟ

ଶରଦ ପାଓ୍ବାର ହେବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ !

ମୁମ୍ବାଇ,୫।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଚାଲିଛି ଅଙ୍କକଷା। ଶିବସେନା ଓ ଭାଜପା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗଣିତ ଛିଡୁ ନ ଥିବା ବେଳେ ଏବେ ଶିବସେନା ସରକାର ଗଠନ କରିବାକୁ ପାଗ ଭିଡୁଛି। ଯାହା ଏବେ ମହାରାଷ୍ଟ୍ରର ରାଜନୀତିକୁ ସରଗରମ କରିଛି। ଶିବସେନା ମେଣ୍ଟ ପାଇଁ ଏନ୍‌ସିପି ଓ କଂଗ୍ରେସକୁ ନଜରରେ ରଖିଛି। ସେପଟେ କଂଗ୍ରେସ ବିନା ଏନ୍‌ସିପି ଶିବସେନା ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଶିବସେନା କିନ୍ତୁ ପରୋକ୍ଷରେ କହୁଛି ଏନ୍‌ସିପି ଆମ ସହ ଅଛି। ଏହି ସମୟରେ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କ ନିକଟରେ ୧୭୫ ବିଧାୟକଙ୍କ ସମର୍ଥନ ରହିଥିବା କହୁଛନ୍ତି। ସେପଟେ ଖବରଦାତା ଯେତେବେଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଶ୍ନ କରିଛନ୍ତି ସେତେବେଳେ ସଞ୍ଜୟ ଏହାକୁ ଏଡାଇ ଯାଇଛନ୍ତି। ସେ କହିଛନ୍ତି ପାଓ୍ବାର ହେଉଛନ୍ତି ଦିଲ୍ଲୀର ବଡ ନେତା ତାଙ୍କୁ ଆପଣମାନେ କାହିଁକି ମହାରାଷ୍ଟ୍ରକୁ ଭିଡୁଛନ୍ତି। ଏମିତି ଭାବେ ସେ ଖବରଦାତାଙ୍କ ପ୍ରଶ୍ନକୁ ଏଡାଇ ଯାଇଛନ୍ତି। ଏବେ ଆଲୋଚନା ହେଉଛି କି ଯଦିଓ ଶିବସେନା ଏନ୍‌ସିପି ସହ ମେଣ୍ଟ କରିବାକୁ ଚାହୁଁଛି ସେ କିନ୍ତୁ ଭାଜପା ସହ ଯେଉଁ ଖେଳ ଖେଳୁଛି ସେହି ଜିଦ୍‌ରେ ସେ ଅଟଳ ରହିବ ବୋଲି ଅନୁମାନ କରାଯାଉଛି। ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ପଦ ଶିବସେନା କାହାକୁ ଦେବାକୁ ରାଜି ନୁହେଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଉଛି।

Share