ଶରଣକୁଳର ନିଆରା ମୁଣ୍ଡ ରାମଲୀଳା

ନୟାଗଡ଼ ଅଫିସ,୧୭।୫(ରଞ୍ଜନ କୁମାର ପ୍ରଧାନ)-ରାଜ୍ୟ ତଥା ଜିଲାର ବିଭିନ୍ନ ସ୍ଥାନରେ ରାମଲୀଳା ଯାତ୍ରା ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହୁଏ। ହେଲେ ନୟାଗଡ଼ ଜିଲା ଶରଣକୁଳ ଗୁଡ଼ିଆସାହିରେ ଅନୁଷ୍ଠିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମୁଣ୍ଡ ରାମଲୀଳା ଯାତ୍ରା ନିଆରା। ହନୁମାନ, ରାମ, ଲକ୍ଷ୍ମଣ, ସୀତା, ବାଳୀ, ସୁଗ୍ରୀବ ଆଦି ଭୂମିକାରେ ଅଭିନୟ କରୁଥିବା କଳାକାରମାନେ କାଠରେ ତିଆରି ମୁଣ୍ଡ(ମୁଖା) ପିନ୍ଧି ଅଭିନୟ କରିଥାନ୍ତି। ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ। କାଠମୁଣ୍ଡ ପିନ୍ଧି କଳାକାରମାନଙ୍କ ଅଭିନୟ ଏତେ ହୃଦୟସ୍ପର୍ଶୀ ହୋଇଥାଏ ଯେ ଦର୍ଶକମାନେ ଯାତ୍ରା ଶେଷ ନ ହେବା ଯାଏ ସେ ସ୍ଥାନରୁ ଉଠି ଯାଇପାରନ୍ତି ନାହିଁ। ପ୍ରତିବର୍ଷ ଅକ୍ଷୟତୃତୀୟା ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୧୦ ଦିନ ଧରି ଚାଲିଥାଏ। କେବେ କେବେ ୧୨ ଦିନ ମଧ୍ୟ ହୋଇଥାଏ। ଚଳିତ ବର୍ଷ ଏହା ଅକ୍ଷୟତୃତୀୟାରେ ଆରମ୍ଭ ହୋଇଥିବା ବେଳେ ଶନିବାର ପୂର୍ଣ୍ଣିମା ଦିନ ଯାତ୍ରା ଶେଷ ହେବ। ପ୍ରତି ରାତ୍ରରେ ହେଉଥିବା ଏହି ଯାତ୍ରାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳଠାରୁ ଆରମ୍ଭ କରି ଦୂରଦୂରାନ୍ତରୁ ଦର୍ଶକ ଆସିଥାନ୍ତି।
ଅନୁସାରେ, ୩୦୦ ବର୍ଷ ପୂର୍ବେ ଶ୍ରୀ ଶ୍ରୀ ରଘୁନାଥଜୀଉ କାଷ୍ଠ ପ୍ରତିମାରେ ଅସୁରଢ଼ିପା ଗ୍ରାମର ଭରତ ମଣ୍ଡଳଙ୍କ ଘରେ ପୂଜା ପାଉଥିଲେ। ତାଙ୍କ ଘର ପୋଡ଼ିଯିବାରୁ ଠାକୁରଙ୍କୁ ଗ୍ରାମରେ ଥିବା କୁଡ଼ିଆ କୋଠ ଘରେ ସ୍ଥାନାନ୍ତରିତ କରାଗଲା। ସେଠାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା। କିଛିଦିନ ପରେ ପାଲୋରା ଚିକିଟି (ବର୍ତ୍ତମାନ ଗଞ୍ଜାମ ଜିଲାର ଚିକିଟି ଗ୍ରାମ) ଗ୍ରାମର ରାମଲୀଳା ଦଳ ଅସୁରଢ଼ିପା ଗ୍ରାମରେ ରାମାୟଣ ପରିବେଷଣ କରିବାକୁ ଆସିଥିଲେ । କଳାକାରମାନେ କାର୍ଯ୍ୟକ୍ରମ ପରିବେଷଣ କରିବା ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେମାନେ ଆଣିଥିବା ସମସ୍ତ କାଠମୁଣ୍ଡ ଓ ପୋଷାକପତ୍ରକୁ ଛାଡ଼ି ନିଜ ଗ୍ରାମକୁ ପଳାଇ ଯାଇଥିଲେ। ପରେ ଅସୁରଢ଼ିପା ଗ୍ରାମର ପଣ୍ଡିତମାନଙ୍କ ସହିତ ଆଲୋଚନା କରାଯାଇ ଉକ୍ତ କାଠମୁଣ୍ଡ ଓ ପୋଷାକପତ୍ରକୁ ଶରଣକୁଳ ଗୁଡ଼ିଆସାହିକୁ ଅଣାଯାଇଥିଲା । ଗୁଡ଼ିଆସାହିଠାରେ ପ୍ରଭୁଙ୍କ ପାଇଁ ମନ୍ଦିର କରାଯାଇ ସେଠାରେ ପ୍ରଭୁଙ୍କ ସହିତ ହନୁମାନଙ୍କ କାଠ ମୁଣ୍ଡ ପୂଜାର୍ଚ୍ଚନା କରାଗଲା। ଏହା ପରଠାରୁ ପ୍ରତି ବର୍ଷ ଅକ୍ଷୟତୃତୀୟାରେ ଗୁଡ଼ିଆସାହିରେ ମୁଣ୍ଡ ରାମଳୀଳା ଅନୁଷ୍ଠିତ ହୋଇ ଆସୁଛି। ଏପରିକି ଯେଉଁବର୍ଷ ଗୁଡ଼ିଆସାହିରେ ରାମଲୀଳା କରା ନ ଯାଏ ତେବେ ଗ୍ରାମରେ ନିଆଁ ଲାଗି ଯାଇଥାଏ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି। ସେହିଭଳି କୁହାଯାଏ ଠାକୁରଙ୍କ ଜମିକୁ ଜଣେ ହଡ଼ପ କରିବାକୁ ବସିଥିବାରୁ ତାଙ୍କ ଉପରେ ଚଡ଼କ ପଡ଼ିଥିଲା। ଭିକାରୀପଡ଼ା, ସୁଆରସାହି, ନରେନ୍ଦ୍ରପୁର, ହରିହରପୁର ଗ୍ରାମର କଳାକାର, ଗାୟକ ଓ ବାୟକମାନେ ବିନା ପାରିଶ୍ରମିକରେ ଏହି ଯାତ୍ରାରେ ଅଭିନୟ କରିଥାନ୍ତି। ଠାକୁରଙ୍କ ରାମଲୀଳା ପାଇଁ ୪୦ ଜଣ କଳାକାର ନିଜର କଳା ପ୍ରଦର୍ଶନ କରିଥାନ୍ତି। ଏହି ଯାତ୍ରାରେ ଶ୍ରୀ ବିକ୍ରମ ନରେନ୍ଦ୍ରଙ୍କର ବିଭିନ୍ନ ରାଗ ଛନ୍ଦ ପରିବେଷଣ କରାଯାଏ, ଯାହାକି ଦର୍ଶକଙ୍କୁ ମନମୁଗ୍ଧ କରିଥାଏ। ରାମଙ୍କ ବନବାସଠାରୁ ଆରମ୍ଭ କରି ଠାକୁରଙ୍କ ରାଜାଭିଷେକ ପର୍ଯ୍ୟନ୍ତ କାହାଣୀ ପରିବେଷିତ ହୁଏ। ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ଏବଂ ନାଟ୍ୟଗୁରୁ ରବି ମହାପାତ୍ର, କୋଷାଧ୍ୟକ୍ଷ ମଇନା ନାୟକ, ନାଟ୍ୟ ଅଧିକାରୀ ବାବୁଲା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥାନ୍ତି। ହନୁମାନଙ୍କ ଭୂମିକାରେ କଳାକାର ନୀଳମଣି ଦାସ, ରାମ ବାଇନ ପୁଷ୍ପପାଳକ, ଲକ୍ଷ୍ମଣ ରାଜେଶ କୁମାର ମହାପାତ୍ର, ସୀତା ଭୂମିକାରେ ସିଲୁ ମହାପାତ୍ରଙ୍କ ଅଭିନୟ ଖୁବ୍‌ ଚମତ୍କାର ହୋଇଥାଏ। ଅନ୍ୟମାନଙ୍କ ମଧ୍ୟରେ ବାଳି ସୁଗ୍ରୀବ ଆଦି ୪୦ ଜଣ କଳାକାର ସେମାନଙ୍କ କଳା ନୈପୁଣ୍ୟତା ପ୍ରଦର୍ଶନ କରିଥାନ୍ତି। ରାମ, ଲକ୍ଷ୍ମଣ, ସୀତା, ହନୁମାନ ଭୂମିକାରେ ଅଭିନୟ କରୁଥିବା କଳାକାରମାନେ ଯାତ୍ରା ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ନିଷ୍ଠାରେ ରୁହନ୍ତି। ଘରକୁ ନ ଯାଇ ମନ୍ଦିରରେ ରହି ପ୍ରସାଦ ସେବନ କରନ୍ତି। ନାଟ୍ୟ ସାଜସଜ୍ଜା ମଇନା ସାହୁ କରୁଥିବା ବେଳେ ଏଥିରେ ରିଣ୍ଟୁ, ବାବୁନି ଆଦି ମୁଖ୍ୟ ସହଯୋଗୀ ରହିଛନ୍ତି। ଦିନକୁ ଦିନ ହଜି ଯାଉଥିବା ପୁରାତନ ସଂସ୍କୃତିକୁ ଜାବୁଡ଼ି ରଖିବାରେ କମିଟିର ଏହି ପଦକ୍ଷେପ ସ୍ବାଗତଯୋଗ୍ୟ । ଅନ୍ୟପକ୍ଷେ ସମସ୍ତଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବା କମିଟିର ସଦସ୍ୟମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri