ଶପଥ ପାଠ ପରେ ପ୍ରଥମ ଥର ମହାପ୍ରଭୁଙ୍କୁ ଦର୍ଶନକଲେ ୨ କେନ୍ଦ୍ରମନ୍ତ୍ରୀ

ପୁରୀ ଅଫିସ, ୮।୬: ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ଶନିବାର ଓଡ଼ିଶା ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ୨ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଜ୍ୟ ମୁଖପାତ୍ର ଡା. ସମ୍ବିତ ପିତ୍ରଙ୍କ ସମେତ ତାଙ୍କ ଦଳର ଏମ୍‌ପି ଏବଂ ବିଧାୟକ ସିଂହଦ୍ୱାରଠାରେ ପହଞ୍ଚିବା ପରେ ଦଳୀୟ ନେତୃବୃନ୍ଦ ଓ ସେବାୟତମାନେ ସେମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ ସମସ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବେଢ଼ା ପରିସର ବୁଲି ଅନ୍ୟାନ୍ୟ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି।