Categories: ଜାତୀୟ

ଶପଥ ନେଲେ କେରଳ ରାଜ୍ୟପାଳ

ଥିରୁଭାନନ୍ଥପୁରମ୍‌, ୭ା୯(ପି.ଟି.) : କେରଳର ରାଜ୍ୟପାଳ ଭାବେ ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରିଫ୍‌ ମହମ୍ମଦ ଖାନ୍‌ ଶପଥ ଗ୍ରହଣ କରିଛନ୍ତି। ରାଜଭବନଠାରେ ନୂତନ ରାଜ୍ୟପାଳଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହୃଷୀକେଶ ରାୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେପ୍ଟେମ୍ବର ପହିଲାରୁ ଖାନ୍‌ଙ୍କୁ କେରଳର ୨୨ତମ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଖାନ୍‌ ମାଲୟାଲମ୍‌ ଭାଷାରେ ଶପଥ ନେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ବିରୋଧୀ ଦଳ ନେତା ରମେଣ ଚେନ୍ନିଥାଲା ଓ ବିଭିନ୍ନ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଖାନ୍‌ଙ୍କ ସ୍ତ୍ରୀ ରେଶ୍‌ମା ଆରିଫ୍‌ ମଧ୍ୟ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ।

Share