ଶନି ବଳୟର କଣିକା ସଂଗ୍ରହ କରିବ ଏଆଇ ରୋବୋଟିକ୍‌ ସିଷ୍ଟମ୍‌

ୱାଶିଂଟନ,୨୭ା୭: ଶନି ଗ୍ରହର ସୃଷ୍ଟି, ଏହାର ଚାରିପାଖରେ ଥିବା ବିଶାଳ ବଳୟ ଏବଂ ବ୍ରହ୍ମାଣ୍ଡରେ ଗ୍ରହଗୁଡ଼ିକର ବିକାଶ ସମ୍ପର୍କରେ ଲୁଚି ରହିଥିବା ଅନେକ ରହସ୍ୟର ପର୍ଦ୍ଦାଫାଶ କରିବା ପାଇଁ ନାସା ଅଭିନବ ମହାକାଶ ଅଭିଯାନ ପାଇଁ ଯୋଜନା ପ୍ରସ୍ତୁତ କରୁଛି। ‘ପ୍ରକ୍ସିସ୍‌’ ନାମକ ଏହି ପ୍ରସ୍ତାବିତ ମିଶନ ମାଧ୍ୟମରେ ମହାକାଶ ବିଜ୍ଞାନୀମାନେ ପ୍ରଥମଥର ପାଇଁ ଶନି ଗ୍ରହର ବଳୟରୁ ସିଧାସଳଖ କଣିକା (ରିଙ୍ଗ୍‌ ପ୍ରାଟିକଲ୍‌) ସଂଗ୍ରହ କରି ଅନୁଧ୍ୟାନ କରିବେ। ପୂର୍ବରୁ ନାସାର ‘କାସିନି’ ମିଶନ ଶନି ଗ୍ରହ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ ହେଁ ବଳୟଗୁଡ଼ିକର ଗଠନ, ଗତିଶୀଳତା ଏବଂ କ୍ରମବିକାଶ ସମ୍ପର୍କରେ ଅନେକ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଶନିର ବଳୟଗୁଡ଼ିକ ମୁଖ୍ୟତଃ ବରଫ ଓ ଛୋଟଛୋଟ କଣିକାରୁ ଆରମ୍ଭ କରି ବଡ଼ ବଡ଼ ପଥରଖଣ୍ଡ ଦ୍ୱାରା ଗଠିତ, ଯାହାକି ସର୍ବଦା ଗତିଶୀଳ ଏବଂ ନିଜ ନିଜ ମଧ୍ୟରେ ଧକ୍କା ହୋଇ ସୃଷ୍ଟି ଓ ଭାଙ୍ଗି ଚାଲିଛନ୍ତି।
‘ପ୍ରକ୍ସିସ୍‌’ ମିଶନ୍‌ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳିତ ରୋବୋଟିକ୍‌ ଏକ୍ସପ୍ଲୋରର ବ୍ୟବହାର କରାଯିବ। ବଳୟ ମଧ୍ୟରେ ଥିବା କଣିକାଗୁଡ଼ିକ କ୍ରମାଗତ ଭାବେ ଗତି କରୁଥିବାରୁ, ମହାକାଶ ଯାନଟି ଏକ ସୁରକ୍ଷିତ ଦୂରତାରେ ରହିବ। ଇମେଜିଂ ମାଧ୍ୟମରେ ଉପଯୁକ୍ତ କଣିକା ଚିହ୍ନଟ କରିବା ପରେ ଏକ ଲମ୍ବା ଓ ନମନୀୟ ବୁମ୍‌ ସାହାଯ୍ୟରେ କଣିକାକୁ ‘ଟଚ୍‌-ଆଣ୍ଡ୍‌-ଗୋ’ ପଦ୍ଧତିରେ ସଂଗ୍ରହ କରାଯିବ। ମହାକାଶରେ ଭାସୁଥିବା ମିଲିମିଟରରୁ ସେଣ୍ଟିମିଟର ଆକାରର କଣିକାଗୁଡ଼ିକୁ ଧରିବା ପାଇଁ ସ୍ପୋର୍ଟସ କାଷ୍ଟିଂ ଦ୍ୱାରା ଅନୁପ୍ରାଣିତ ଫ୍ରି-ଫ୍ଲୋଟିଂ କ୍ୟାପ୍ଚର୍‌ ପ୍ରଯୁକ୍ତି ବ୍ୟବହାର ହେବ। ସଂଗୃହୀତ କଣିକାର ଆକାର, ସାନ୍ଧ୍ରତା ଏବଂ ସଂରଚନା ସମ୍ପର୍କରେ ଘଟଣାସ୍ଥଳରେ ହିଁ (ରିୟଲ-ଟାଇମ୍‌) ଅନୁଧ୍ୟାନ କରାଯିବ। ଗୋଟିଏ ସ୍ଥାନରୁ ନମୁନା ସଂଗ୍ରହ
ପରେ ସିଷ୍ଟମ୍‌ଟି ବଳୟର ଅନ୍ୟ ଏକ ଭାଗ କିମ୍ବା ଫାଙ୍କକୁ ଯାଇ ଭିନ୍ନ ଅଞ୍ଚଳର କଣିକା ପରୀକ୍ଷା କରିବ। ମହାକାଶ ବିଜ୍ଞାନୀମାନଙ୍କ ମତରେ, ଏହି ମିଶନ ସଫଳ ହେଲେ କେବଳ ଶନି ଗ୍ରହ ନୁହେଁ, ବରଂ ୟୁରେନ୍ସ, ନେପଚୁନ୍‌ ଏବଂ ମହାକାଶରେ ସୌରମଣ୍ଡଳ ସୃଷ୍ଟି ହେବା ସମୟର ପ୍ରାରମ୍ଭିକ ଡିସ୍କ୍‌ଗୁଡ଼ିକ ବିଷୟରେ ବୁଝିବାରେ ନୂତନ ଦିଗ ଆବିଷ୍କୃତ ହୋଇପାରିବ। ଭବିଷ୍ୟତରେ ଆସୁଥିବା ୟୁରେନ୍ସ ପ୍ରୋବ୍‌ ମିଶନ ପାଇଁ ମଧ୍ୟ ଏହି ପ୍ରଯୁକ୍ତି ସହାୟକ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ: କହିଲେ-ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି…

ଭୁବନେଶ୍ୱର, ୨୭।୭: ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ…

ଅଭିଜିତ ଦୀପକେ କରିବେ ବିବାହ! ଆସିଲା ପ୍ରସ୍ତାବ, ମାଆ କହିଲେ-‘ମୋତେ ଏମିତି ବୋହୂ ଦରକାର’

ନୂଆଦିଲ୍ଲୀ, ୨୭॥୭: କକ୍ରୋଚ ଜନତା ପାର୍ଟି (CJP)ର ନେତୃତ୍ୱରେ ଜନ୍ତରମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ସମାପ୍ତ ହୋଇଯାଇଛି। ସିଜେପି (CJP)ର ଏହି…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ଗାଦିଚ୍ୟୁତ ହେବେ ଭାଜପା ସରକାର! CJP ପରେ ମୁଣ୍ଡ ଟେକିଲାଣି RHA; ୩୫ ଲକ୍ଷ ଫଲୋୟର୍ସ, E20 ଜନତା ପାର୍ଟି ବି ଦେଲାଣି ଟେନସନ

ନୂଆଦିଲ୍ଲୀ,୨୭।୭: ‘କକ୍ରୋଚ ଜନତା ପାର୍ଟି’ (CJP) ସୋସିଆଲ ମିଡିଆ – ବିଶେଷକରି ଇନଷ୍ଟାଗ୍ରାମ – ମାଧ୍ୟମରେ ଏତେ ବଡ଼ ପ୍ରତିବାଦ କରିଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri