ଶନିବାର ପୂର୍ବାହ୍ନ ୧୦.୩୦ରେ ଆସିବ ଅଯୋଧ୍ୟା ରାୟ

ଅଯୋଧ୍ୟା/ନୂଆଦିଲ୍ଲୀ,୮।୧୧(ପି.ଟି.): ବହୁଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲା ରାୟ ଶନିବାର ପୂର୍ବାହ୍ନ ୧୦.୩୦ରେ ପ୍ରକାଶ ପାଇପାରେ। ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପୂର୍ବରୁ ମନ୍ଦିର ସହର ଅଯୋଧ୍ୟାରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ରାଜ୍ୟରେ ହାଇହାଲର୍ଟ ଜାରି କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବା ଲାଗି ଡ୍ରୋନ୍‌କୁ ବ୍ୟବହାର କରାଯାଉଛି। ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ରାଜ୍ୟର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ସିଜେଆଇଙ୍କ ଚାମ୍ବରରେ ଏକଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ସଚିବ ରାଜେନ୍ଦ୍ର କୁମାର ତିଓ୍ବାରୀ ଓ ଡିଜିପି ଓମ୍‌ପ୍ରକାଶ ସିଂ ଯୋଗଦେଇଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସେମାନେ ସିଜେଆଇଙ୍କୁ ଅବଗତ କରାଇଥିଲେ। ରାମ ଜନ୍ମଭୂମି ଥାନା, ରାମ ଜନ୍ମଭୂମି ନ୍ୟାସର କାର୍ଯ୍ୟଶାଳା ସମେତ ସହରର ବିଭିନ୍ନ ସ୍ଥାନରେ ପୋଲିସ ଦୁଇଚକିଆ ଯାନଗୁଡ଼ିକର ତଲାସି ନେଉଥିବା ଦେଖାଯାଇଛି। ଅଯୋଧ୍ୟା ସମେତ ଉତ୍ତରପ୍ରଦେଶର ବିଭିନ୍ନ ସମ୍ବେଦନଶୀଳ ଜିଲାକୁ ପର୍ଯ୍ୟାପ୍ତ ସୁରକ୍ଷା ବଳ ଯୋଗାଇଦିଆଯାଇଥିବା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ପି.ଭି. ରାମଶାସ୍ତ୍ରୀ କହିଛନ୍ତି।
କେବଳ ସୁରକ୍ଷା ବଳର ସଂଖ୍ୟା ବଢ଼ିନାହିଁ, ସେମାନଙ୍କୁ ଉନ୍ନତ ମାନର ଉପକରଣ ସହ ଉପଯୁକ୍ତ ତାଲିମ ମଧ୍ୟ ପ୍ରଦାନ କରାଯାଇଛି। ବରିଷ୍ଠ ଅଧିକାରୀମାନଙ୍କୁ ସୁରକ୍ଷା ବ୍ୟବସ୍ଥା ସହ ସାମିଲ କରାଯାଇଥିବା ରାମଶାସ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡ୍ରୋନ୍‌ କ୍ୟାମେରା ଜରିଆରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି। ଏଥିସହିତ ଢେଲାମାଡ଼ ଆଦି ଘଟଣା ରୋକିବା ଲାଗି ଗଣ୍ଡଗୋଳ ପ୍ରବଣ ସ୍ଥାନଗୁଡିକରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଲାଗି ଏଟିଏସ୍‌ ୟୁନିଟ୍‌, ବୋମା ନିଷ୍କ୍ରିୟକାରୀ ଟିମ୍‌, ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଟିମ୍‌କୁ ନିୟୋଜିତ କରାଯାଇଛି। ତେବେ ଏନ୍‌ଏସ୍‌ଜି ମୁତୟନ ହେବାର ଯୋଜନା ନାହିଁ ବୋଲି ଏଡିଜି କହିଛନ୍ତି। ମାସେ ହେଲା ପୋଲିସ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛି ବୋଲି ସେ ସୂଚନା ଦେଇଛନ୍ତି। ପୋଲିସ ପାଟ୍ରୋଲିଂକୁ ବଢ଼ାଇଦିଆଯିବା ସହ ଧର୍ମଗୁରୁଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ଶିକ୍ଷକ ସମାଜ ସମେତ ସମାଜର ବିଭିନ୍ନ ବର୍ଗ ସହ ଯୋଗାଯୋଗ ରଖାଯାଇଛି।
ଅଯୋଧ୍ୟାରେ ୬୦ କମ୍ପାନୀ ପିଏସି ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯିବା ସହ ୩୦ଟି ଛକ ସ୍ଥାନରେ ୧୦ ଡ୍ରୋନ୍‌ କ୍ୟାମେରା ଓ ସିସିଟିଭି ଲଗାଯାଇଛି। ସମଗ୍ର ସହରକୁ ୩୧ଟି ସେକ୍ଟର ଓ ୩୫ ସବ୍‌ସେକ୍ଟରରେ ବିଭକ୍ତ କରାଯାଇଛି। ଭଗବାନ ରାମଙ୍କ ଦର୍ଶନ ଲାଗି ଆସୁଥବା ଶ୍ରଦ୍ଧାଳୁଙ୍କୁ ସହର ବାହାରେ ରଖାଯାଇ ଅଳ୍ପ ଅଳ୍ପ କରି ଛଡ଼ାଯାଉଛି। ତେବେ ଶ୍ରଦ୍ଧାଳୁଙ୍କ ଆଗମନ ଉପରେ କଟକଣା ଲଗାଯାଇ ନ ଥିବା ଅନ୍ୟତମ ଏଡିଜି ଆଶୁତୋଷ ପାଣ୍ଡେ କହିଛନ୍ତି।
ସୁରକ୍ଷା ବ୍ୟବସ୍ଥା ସ୍ବରୂପ ଦୁଇଟି ହେଲିକପ୍ଟର ଲକ୍ଷ୍ନୌ ଓ ଅଯୋଧ୍ୟାରେ ଷ୍ଟାଣ୍ଡବାଏ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ କହିଥିଲେ। ଜରୁରୀ ଆବଶ୍ୟକ ପଡିଲେ ହେଲିକପ୍ଟରର ସହାୟତା ନିଆଯିବ ବୋଲି ବିଳମ୍ବିତ ରାତିରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ପ୍ରଶାସନ ଓ ପୋଲିସର ଉଚ୍ଚପଦାଧିକାରୀମାନଙ୍କୁ କହିଥିଲେ। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲାର ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକ ନିର୍ଦ୍ଦେଶ ଦେଉଥିବା ଜଣାପଡିଛି। ଲକ୍ଷ୍ନୌରେ ଏକ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌ ସାଙ୍ଗକୁ ପ୍ରତି ଜିଲାରେ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ: କହିଲେ ରାଜ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ…

ଭୁବନେଶ୍ୱର,୧ା୧: କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri