Posted inଜାତୀୟ

ଶତ୍ରୁଙ୍କୁ କଡ଼ା ଜବାବ ଦେବ ଓ୍ବେଷ୍ଟର୍ଣ୍ଣ କମାଣ୍ଡ

ନୂଆଦିଲ୍ଲୀ,୮।୯: ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିକୁ ଦେଖି ବାୟୁସେନା ସବୁ ମୁହୂର୍ତ୍ତର ସାମ୍ନା କରିବାକୁ ପ୍ରସ୍ତୁତ ହୋଇ ରହିଛି। ବାୟୁସେନା ଏବେ ଉଚ୍ଚସ୍ତରୀୟ ଅପରେଶନର ପ୍ରସ୍ତୁତିରେ ଲାଗି ରହିଛି। ଏହାବ୍ୟତୀତ ନିଜର ଯୁଦ୍ଧ ବିମାନ ଓ ହେଲିକପ୍ଟର ଗୁଡିକର ସୁରକ୍ଷା କଥା ମଧ୍ୟ ଚିନ୍ତା କରୁଛି। ବିଶେଷ କରି ବାୟୁସେନାର ଓ୍ବେଷ୍ଟର୍ଣ୍ଣ କମାଣ୍ଡଙ୍କୁ ଏବେ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ କରି ରଖାଯାଇଛି। କେବଳ ସେତିକି ନୁହେଁ ସମସ୍ତ ଏୟାରବେସ୍‌ର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏସବୁ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ଏଥିରେ ଚିଫ୍‌ ଅଫ୍‌ ଏୟାର୍‌ ଷ୍ଟାଫ୍‌ ଏୟାର ମାର୍ଶାଲ ରଘୁନାଥ ନାମ୍ବିୟାର ମଧ୍ୟ ଯୋଗ ଦେଇଥିବା କୁହାଯାଉଛି। ଓ୍ବେଷ୍ଟର୍ଣ୍ଣ କମାଣ୍ଡ ବାୟୁସେନାର ଏକ ଗୁରୁତ୍ୱପୁର୍ଣ୍ଣ ଅଙ୍ଗ ବୋଲି କୁହାଯାଏ। କାରଣ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ପରିସ୍ଥିତିକୁ ସାମ୍ନା କରିବାକୁ ଏହାକୁ ପ୍ରସ୍ତୁତ କରାଯାଉଛି। କେବଳ ପାକିସ୍ତାନ କାହିଁକି ଚାଇନା ଉପରେ ମଧ୍ୟ ନଜର ରଖିଛି ଏହି ଓ୍ବେଷ୍ଟର୍ଣ୍ଣ କମାଣ୍ଡ। ଏବେ ନୁହେଁ ଓ୍ବେଷ୍ଟର୍ଣ୍ଣ କମାଣ୍ଡର ସଫଳତା ମଧ୍ୟ ପୂର୍ବରୁ ସମସ୍ତଙ୍କୁ ଜଣାଥିବ। କାରଣ କଶ୍ମୀର ଅପରେଶନ ୧୯୪୭-୪୮, ଭାରତ-ଚାଇନା ଯୁଦ୍ଧ ୧୯୬୨, ଇଣ୍ଡୋ-ପାକ୍‌ ଯୁଦ୍ଧ ୧୯୬୫ ଓ ୧୯୭୧, ଶ୍ରୀଲଙ୍କାରେ ଅପରେଶନ ପଓ୍ବନ ୧୯୮୬ ଓ କାରଗିଲରେ ଅପରେଶନ ସଫେଦ ସାଗର ୧୯୯୯ରେ ଓ୍ବେଷ୍ଟର୍ଣ୍ଣ କମାଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଏ। ଏଥର ମଧ୍ୟ ଯଦି ଚାଇନା ବା ପାକିସ୍ତାନ ଭାରତ ସହ କୌଣସି ପରିସ୍ଥିତିରେ ଅଶାନ୍ତ ବାତାବରଣ ସୃଷ୍ଟି କରି ଯୁଦ୍ଧ ଭଳି ପରିସ୍ଥିତି ଉପୁଜାନ୍ତି ତେବେ ଏହାର କଡା ଜବାବ ଦେବ ଓ୍ବେଷ୍ଟର୍ଣ୍ଣ କମାଣ୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri