ଶତାଧିକ ନିରାଶ୍ରୟଙ୍କୁ ଜଳଖିଆ ଦେଲା ବିଏମ୍‌ସି

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ବିଏମ୍‌ସି ପକ୍ଷରୁ ଶୁକ୍ରବାର ସକାଳେ ସହରରେ ଥିବା ନିରଶ୍ରୟଙ୍କୁ ଜଳଖିଆ ପ୍ରଦାନ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌ ଓ ରାମ ମନ୍ଦିର ପାର୍ଶ୍ୱରେ ଥିବା ୫୦୦ ନିରାଶ୍ରୟଙ୍କୁ ଜଳଖିଆ ଦିଆଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେଣ୍ଟର ଫର୍‌ ସୋସିଆଲ୍‌ ସର୍ଭିସ ଆଣ୍ଡ ଡେଭଲପ୍‌ମେଣ୍ଟ (ସିଏସ୍‌ଏସଡି) ବିଏମ୍‌ସି ସହଯୋଗରେ ମାଷ୍ଟର୍‌କ୍ୟାଣ୍ଟିନ୍‌ସ୍ଥିତ ସିଟି ବସଷ୍ଟାଣ୍ଡ ଏବଂ ରାମ ମନ୍ଦିର ଠାରେ ଜଳଖିଆ ବାଣ୍ଟିଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଲକ୍‌ଡାଉନ୍‌ ସରିବା ଯାଏ ଜାରି ରହିବ ବୋଲି ଏନ୍‌ଜିଓ ସିଏସ୍‌ଏସଡି କହିଛି। ଏହାବ୍ୟତୀତ ବିଏମସି ଏବଂ ସହଯୋଗୀ ଅନୁଷ୍ଠାନଗୁଡିକ ତରଫରୁ ସହରରେ ଥିବା ନିରାଶ୍ରୟଙ୍କୁ ୨୪ ଶହ ଭୋଜନ ଓ ୨୫୦ ଲୋକଙ୍କ ପାଇଁ ୧୦ଦିନର ରାଶନ ଦିଆଯାଇଥିବା ଜଣାପଡ଼ିଛି। ବଣ୍ଟନ ସମୟରେ ସଂସ୍ଥାର ପ୍ରତିନିଧିଙ୍କ ସହ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ, ସହକାରୀ କମିଶନର ଲୁଇନ୍‌ ସାହୁ ପ୍ରମୁଖ ଉପସ୍ଥିତ ରହୁଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।