Categories: ଖେଳ

ଶତକରୁ ବଞ୍ଚିତ ଧାଓ୍ବନ

  • ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଓପନର ଶିଖର ଧାଓ୍ବନ ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ୯୬ ରନ୍‌ର ଇନିଂସ ଖେଳି ପ୍ୟାଭିଲୟନ ଫେରିଛନ୍ତି। କେନ ରିଚାର୍ଡସନଙ୍କ ବଲରେ ଧାଓ୍ବନ ଚୌକା ହାସଲ କରିବା ଲୋଭରେ ଫାଇନ ଲେଗ୍‌ ଅଞ୍ଚଳକୁ ଉଠାଇ ମାରିଥିଲେ। କିନ୍ତୁ ମିଚେଲ ଷ୍ଟାର୍କ ହାତରେ ଧରାପଡ଼ିଥିଲେ। ଆଉଟ୍‌ ହେବା ପୂର୍ବରୁ ଧାଓ୍ବନ ୯୦ ବଲର ସମ୍ମୁଖୀନ ହୋଇ ୧୩ ଚୌକା ଓ ଗୋଟିଏ ଛକା ମାରିଥିଲେ। ସେ ଆଉଟ ହେବାବେଳକୁ ଭାରତୀୟ ଦଳର ସ୍କୋର ୨୮.୪ ଓଭରରେ ୨ ଉଇକେଟ କ୍ଷତିରେ ୧୮୪ ଥିଲା।
Share