ଶଟ୍‌ଡାଉନ୍‌ ପାଇଁ ନୂଆ ଗାଇଡ୍‌ଲାଇନ: ସବୁ ଛକରେ ବ୍ଲକିଂ, ଚେକିଂ କଡ଼ାକଡ଼ି ହେବ

ଭୁବନେଶ୍ୱର, ୫ା୬(ବ୍ୟୁରୋ) – ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ମଧ୍ୟରେ କଟକ ଓ ଭୁବନେଶ୍ୱର ରହୁଥିବାରୁ କମିଶନରେଟ ପୋଲିସ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ସମୟରେ କେଉଁମାନେ ଯିବାଆସିବା କରିପାରିବେ ସେସମ୍ପର୍କରେ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ କର୍ମଚାରୀ ପରିଚୟପତ୍ର ଓ ଗାଡି ପାସ୍‌ ଦେଖାଇ ଯାଇପାରିବେ। ଫାର୍ମାସିଷ୍ଟ ଓ ଔଷଧ ଦୋକାନ ପାଇଁ ଟ୍ରେଡ୍‌ ଲାଇସେନ୍ସ ଓ ପୁରୁଣା ପାସ୍‌ କାର୍ଯ୍ୟ କରିବ। ସେହିପରି ରାଜ୍ୟ ଓ କେନ୍ଦ୍ରସରକାରଙ୍କ କର୍ମଚାରୀ ବିଭାଗୀୟ ପରିଚୟ ପତ୍ର ଦେଖାଇ ଯାଇପାରିବେ। ଟେଲିକମ୍‌, ପେଟ୍ରୋଲ ପମ୍ପ, ହୋମ୍‌ ଡେଲିଭରି କରୁଥିବା ସଂସ୍ଥାର କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି,କର୍ମଚାରୀ ଓ ହକର ସେମାନଙ୍କ ସଂସ୍ଥାର ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ। ଜଳ ଯୋଗାଣ, ପରିମଳ ଓ ସ୍ବେରେଜ କର୍ମଚାରୀ ମୁନିସିପାଲିଟି ପ୍ରଦତ୍ତ ପରିଚୟପତ୍ର ଦେଖାଇବେ। ବିଦ୍ୟୁତ୍‌ କର୍ମଚାରୀ, କାରଖାନା ଓ ନିର୍ମାଣ ସଂସ୍ଥାର କର୍ମଚାରୀ ଏବଂ ଶ୍ରମିକ କମ୍ପାନୀ ପରିଚୟପତ୍ର ଦେଖାଇ ଯାଇପାରିବେ।
ସେହିପରି ଆଇଟି ଶିଳ୍ପ, ହୋଟେଲ ଓ ଅନ୍ୟ ସଂସ୍ଥାର କର୍ମଚାରୀ ପରିଚୟପତ୍ର ଦେଖାଇ ଯାତ୍ରା କରିପାରିବେ। ଟ୍ୟାକ୍ସି, ଅଟୋ, ଓଲା ଏବଂ ଉବର କ୍ୟାବ ଚାଳକ ପୋଲିସ ପ୍ରଦତ୍ତ ପାସ୍‌ ଦେଖାଇ ଯାଇପାରିବେ। ବିବାହ ଏବଂ ଶବଦାହ ପାଇଁ ପୋଲିସ ପ୍ରଦତ୍ତ ପାସ୍‌ କାର୍ଯ୍ୟ କରିବ। ଭୁବନେଶ୍ୱରରୁ କଟକକୁ ଯିବାକୁ ଚାହୁଁଥିଲେ ଏବଂ ଅନ୍ୟ ଜରୁରୀ କାର୍ଯ୍ୟ ପାଇଁ ୧୦୦କୁ ଫୋନ୍‌ କରିବାକୁ ହେବ। ଅନୁମୋଦିତ ମେସେଜ ମିଳିବା ପରେ ତାହାକୁ ଦେଖାଇ ଯାଇପାରିବେ। ଅନ୍ୟପକ୍ଷରେ ଶଟ୍‌ଡାଉନ୍‌ରେ ସବୁ ଛକରେ ପୋଲିସ କଡାକଡି ଯାଞ୍ଚ କରାଯିବ। ଯେଉଁମାନେ ବିନା କାର୍ଯ୍ୟରେ କୋଭିଡ୍‌ ନିୟମ ଓ କଟକଣା ଉଲ୍ଲଂଘନ କରି ବାହାରେ ବୁଲୁଥିବା ନଜରକୁ ଆସିବ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri