ଶଟ୍‌ଡାଉନ୍‌ରେ ଖାଁ ଖାଁ ରାଜଧାନୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଶନିବାର ସୁଦ୍ଧା ଚିହ୍ନଟ ହେଲେଣି ମୋଟ ୨,୭୮୧ କରୋନା ସଂକ୍ରମିତ। କେବଳ ୬ ଦିନରେ ଏହି ସଂଖ୍ୟା ୮୩୩ ବୃଦ୍ଧି ପାଇଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖଇ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ୧୧ଜିଲାରେ ରାଜ୍ୟ ସରକାର ସପ୍ତାହରେ ୨ ଦିନ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାର ପ୍ରଭାବ ରାଜଧାନୀ ରାଜଧାନୀରେ ଦେଖିବାକୁ ମିଳିଛି। ଜାତୀୟ ରାଜପଥ ଉପରେ କେବଳ ଭାରୀଯାନ ଚଳାଚଳ କରୁଥିବା ବେଳେ ଅନ୍ୟ ରାସ୍ତା ଶୂନଶାନ୍‌ ରହିଛି। ସେହିଭଳି ସମସ୍ତ ଦୋକାନ ବଜାର ବନ୍ଦ ରହିଛି। କମିଶନରେଟ ପୋଲିସ ପକ୍ଷରୁ ବିିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି। ଅମାନିଆମାନଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଥିବା ସୂଚନା ମିଳିଛି।