Categories: କଟକ

ଶଟଡାଉନ ପାଇଁ ଚୌଦ୍ୱାର ପୋଲିସର ପ୍ରସ୍ତୁତି ଶେଷ: ସିଲ ହେବ ସହରର ମୁଖ୍ୟ ପ୍ରବେଶ ପଥ

ଚୌଦ୍ୱାର,୫।୬(ଡି. ଏନ.ଏ)-ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ପଞ୍ଚମ ପର୍ଯ୍ୟାୟ ଲକ୍‌ ଡାଉନ ଘୋଷଣା କରାଯାଇଛି। ଏଥିସହିତ ୧୧ଟି ଜିଲାରେ ପ୍ରତି ସପ୍ତାହର ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ଶଟଡାଉନ ରହିବ ବୋଲି ସରକାରଙ୍କ ତରଫରୁ ଘୋଷଣା ହୋଇଛି। ଏହି କ୍ରମରେ କଟକ ଜିଲାର ଚୌଦ୍ୱାର ସହର ୨ଦିନ ଧରି ଶଟଡାଉନ ରହିବ। ଏନେଇ ଚୌଦ୍ୱାର ପୋଲିସ ତରଫରୁ ତତ୍ପରତା ଦେଖାଦେଇଛି। ସହରର ମୁଖ୍ୟ ପ୍ରବେଶ ପଥକୁ ସିଲ କରିବା ପାଇଁ ବ୍ୟାରିକେଟ ନିର୍ମାଣ କରାଯାଇଛି। ଏଥିସହିତ ସହରର ମୁଖ୍ୟ ଛକ ଗୁଡିକରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ସ୍ଥାପନ ହୋଇଛି। ଶଟଡାଉନ ନିୟମକୁ ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପଦ୍ମନାଭ ପ୍ରଧାନ ପ୍ରକାଶ କରିଛନ୍ତି।