Posted inରାଜ୍ୟ

ଶଙ୍ଖନାଦରେ କମ୍ପିଲା ନୟାଗଡ଼ ଜିଲା

ନୟାଗଡ଼ ଅଫିସ,୨୪।୫: ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ୫ରୁ ଊର୍ଦ୍ଧ୍ୱ ଥର ନୟାଗଡ଼ ଗସ୍ତ, ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର, ଭାଜପାର ୧୨୦ ମିଶନ୍‌ ସବୁ କିଛି ଫିକା ପଡ଼ିଲା ନୟାଗଡ଼ ଜିଲାରେ। ଜିଲାର ୩ ନିର୍ବାଚନ ମଣ୍ଡଳୀକୁ ୩ ଥର ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାବାସୀଙ୍କ ମନ ଜିଣି ନେଇଥିଲେ। ଫଳସ୍ବରୂପ ଜିଲାବାସୀ ଶଙ୍ଖରେ ଭୋଟ ଦେଇ ବିଜେଡିର ପଲା ଭାରି କରିଦେଲେ। ଚଳିତ ନିର୍ବାଚନରେ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରୁ ସମସ୍ତ ୪ଟି ବିଜେଡି ଦଖଲରେ ରହିଛି। ଶଙ୍ଖନାଦରେ କମ୍ପିଛି ନୟାଗଡ଼ ଜିଲା। ବିଜେଡିର ଗଡ଼ ନୟାଗଡ଼ ତାର ସ୍ଥିତିକୁ ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇଛି। ଭାରତୀୟ ଜନତା ପାର୍ଟି (ଭାଜପା)ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ତାର ସ୍ଥିତି ହରାଇଛି। ୪ ନିର୍ବାଚନମଣ୍ଡଳୀରେ କେଉଁଠାରେ ବି କଂଗ୍ରେସ ୧୦ ପ୍ରତିଶତ ଭୋଟ ହାସଲ କରି ପାରିନାହିଁ । ଜିଲାର ୪ ନିର୍ବାଚନମଣ୍ଡଳୀରୁ ଖଣ୍ଡପଡ଼ାରେ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ୮୧,୪୩୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ରଣପୁରରେ ସତ୍ୟ ନାରାୟଣ ପ୍ରଧାନ ସର୍ବନିମ୍ନ ୪୨୫୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ପ୍ରଥମଥର ପାଇଁ ବିଧାୟକ ହୋଇଛନ୍ତି ପ୍ରଶାସକରୁ ରାଜନେତା ସାଜିଥିବା ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା ଓ ଖଣ୍ଡପଡ଼ାରୁ ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ । ଆମ ପାଇଁ ବଡ଼ ଆମ ନୟାଗଡ଼ ସ୍ଲୋଗାନ୍‌ ଦେଇଥିବା ବିଧାୟକ ଡ. ଅରୁଣ କୁମାର ସାହୁ ନୟାଗଡ଼କୁ ନିଜ କବଜାରେ ରଖିବାରେ ସକ୍ଷମ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଇରାନୀ ରାୟଙ୍କୁ ୧୪,୮୫୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଅରୁଣ ବିଧାୟକ ହୋଇଛନ୍ତି। ୨୦୦୯ରେ ରଣପୁରର ବିଧାୟକ ହୋଇଥିବା ସତ୍ୟନାରାୟଣ ପ୍ରଧାନ ୨୦୧୯ରେ ମଧ୍ୟ ତାଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ସୁରମା ପାଢୀଙ୍କୁୁ କଡ଼ା ଟକ୍କର ଦେଇ ୪୨୫୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୨୦୦୯ ନିର୍ବାଚନରେ ସତ୍ୟନାରାୟଣ ୨୧,୬୦୧ ଖଣ୍ଡ ଭୋଟ ବ୍ୟବଧାନରେ ସୁରମାଙ୍କଠାରୁ ବିଜୟୀ ହୋଇଥିଲେ। ସେହିପରି ଖଣ୍ଡପଡ଼ାରେ ସୌମ୍ୟରଞ୍ଜନ ପଟ୍ଟନାୟକ ୮୧,୪୩୦ ଖଣ୍ଡ ଭୋଟରେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ସ୍ବାଧୀନ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଦଶପଲ୍ଲାରେ ବିଜେଡିର ରମେଶ ଚନ୍ଦ୍ର ବେହେରା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୩୫,୨୯୧ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ବିଜୟୀ ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଆଗାମୀ ଦିନରେ ନିଜ ନିର୍ବାଚନମଣ୍ଡଳୀର ଉନ୍ନତି କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri