Categories: ଜାତୀୟ

ଶଗଡ଼ରେ ନମ୍ବର ପ୍ଲେଟ୍‌: ମାଲିକଙ୍କ ନାମ ସହିତ ଲେଖାଯାଉଛି ନମ୍ବର

ବିଜାପୁର,୫।୧୧: ଗାଡ଼ିରେ ନମ୍ବର ପ୍ଲେଟ୍‌ ରହିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥାଏ। ତେବେ ଛତିଶଗଡ଼ ବିଜାପୁରରେ ପ୍ରତି ଶଗଡ଼ରେ ନମ୍ବର ପ୍ଲେଟ୍‌ ରହିଛି। ଏଥିରେ ମାଲିକଙ୍କ ନାମ ସହିତ ନମ୍ବର, ଫୋନ୍‌ ନମ୍ବର, ଠିକଣା ଆଦି ରହିଛି। ଏହି ଜିଲାରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ରହିଛି। ଉଦ୍ୟାନ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କର  ଯିବା ଆସିବାର ଏକ ମାତ୍ର ସାହାରା ହେଉଛି ଶଗଡ଼। ଏଠାକାର ରାସ୍ତାଘାଟ ଭଲ ନ ଥିବାରୁ ଏଠାରେ ଶଗଡ଼ରେ ଯିବା ଆସିବା ସହଜ ହୋଇଥାଏ। ଜିଲାର ୪ଟି ପଞ୍ଚାୟତର ୩୩ଟି ଗାଁରେ ଗାଡ଼ିମୋଟର ଚଳାଚଳ କରିବା କଷ୍ଟକର। ଏହି ଦୁର୍ଗମ ଅଞ୍ଚଳର ଲୋକେ ପରିବହନ ପାଇଁ ଶଗଡ଼ ଉପରେ ଭରସା କରିଥାନ୍ତି। ତେଣୁ ଶଗଡ଼ ମାଲିକମାନେ ନିଜ ନିଜ ଶଗଡ଼ ପଛରେ ନମ୍ବର ପ୍ଲେଟ୍‌ ଲଗାଇଥାନ୍ତି। ନମ୍ବର ପ୍ଲେଟ୍‌ରେ ଥିବା ଠିକଣା ଏବଂ ଫୋନ୍‌ ନମ୍ବର ଦ୍ୱାରା ମାଲିକଙ୍କ ସହିତ ଯୋଗାଯୋଗ କରିବା ସହଜ ହୋଇଥାଏ।

Share