ଶକ୍ତି ସୁଗାର କାରଖାନା ଫାଟକ ସମ୍ମୁଖରୁ ୨ ଟ୍ୟାଙ୍କର ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ଜଣେ କଟକ ସ୍ଥାନାନ୍ତର, କାରଣ ଅସ୍ପଷ୍ଟ

ଢେଙ୍କାନାଳ ଅଫିସ,୮ା୫: ଢେଙ୍କାନାଳ ସଦର ଥାନା ୫୫ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶକ୍ତି ସୁଗାର କମ୍ପାନୀ ଫାଟକ ସମ୍ମୁଖରେ ପାର୍କିଂ ହୋଇଥିବା ୩ ସ୍ପିରିଟ୍‌ ଟ୍ୟାଙ୍କର ମଧ୍ୟରୁ ଶୁକ୍ରବାର ୨ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୋର୍ଦ୍ଧାସ୍ଥିତ ଏକ ମଦ କମ୍ପାନୀରୁ ଶକ୍ତି ସୁଗାରକୁ ସ୍ପିରିଟ୍‌ ପାଇଁ ଆସି ଲକ୍‌ଡାଉନ୍‌ ଯୋଗୁ ଟ୍ୟାଙ୍କରଗୁଡ଼ିକ ଅଟକି ରହିଥିଲା।