ଶକ୍ତି ବିଭାଗକୁ ଦାୟୀ କଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଗଞ୍ଜାମ ଜିଲାରେ ନିକଟ ଅତୀତରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ବସ୍‌ ଦୁର୍ଘଟଣା ଘଟିଯାଇଛି। ଏଥିପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ପୁର୍ନବାର ଶକ୍ତି ବିଭାଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ପଦ୍ମନାଭ କହିଛନ୍ତି ଯେ, ପରିବହନ ବିଭାଗୀୟ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ତନଖି କରିଛନ୍ତି। ଏହା ସମ୍ପୂର୍ଣ୍ଣରୂପେ ବିଦ୍ୟୁତ୍‌ ବିଭାଗର ଅପାରଗତାର ପରିଣାମ। ଏନେଇ ବିସ୍ତୁତ ରିପୋର୍ଟ ଆସିଛି, ଏହାକୁ ଖୁବ୍‌ଶୀଘ୍ର ତର୍ଜମା କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।