ଲ୍ୟାପ୍‌ଟପ୍‌ ବ୍ୟାଗ୍‌ରେ ଧଳା ଜହର କାରବାର: ୨.୭୦ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଧଳା ଜହର କାରବାରରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ର। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ବାଲେଶ୍ୱର ଜିଲା ମିତ୍ରପୁର ଅଞ୍ଚଳରେ ଚଢ଼ାଉ କରି ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନୀଳଗିରି ଥାନା ମିତ୍ରପୁରର ବିଟେକ୍‌ ଛାତ୍ର ପ୍ରଦୀପ କୁମାର ଦାସ ଏବଂ ନୀଳଗିରି ଥାନା କଲ୍ୟାଣୀ ଗ୍ରାମରେ ସିଭିଲ ଇଞ୍ଜିନିୟରିଂ ଛାତ୍ର ଲୋକନାଥ ବେହେରା। ଉଭୟ ଲାପ୍‌ଟପ୍‌ ବ୍ୟାଗ୍‌ରେ ବ୍ରାଉନ୍‌ସୁଗାର ନେଇ ମିତ୍ରପୁର ଅଞ୍ଚଳରେ ଜଣେ ଗ୍ରାହକଙ୍କୁ ଦେବାକୁ ଯାଉଥିଲେ। ଖବର ପାଇ ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ ଥିଲା। ଏସ୍‌ଟିଏଫ୍‌ ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ ଡିଭି ଅଭୟ ଏହି ସୂଚନା ଦେଇଛନ୍ତି।