Categories: ଜାତୀୟ

ଲ୍ୟାଣ୍ଡ୍‌ଫଲ୍‌ କରୁଛି ‘ନିସର୍ଗ’, ୧୦୦- ୧୨୦ କିଲୋମିଟର ବେଗରେ ବହୁଛି ପବନ

ମୁମ୍ବାଇ,୩ା୬: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡ୍‌ଫଲ୍‌ କରୁଛି। ଏଠାରେ ବର୍ତ୍ତମାନ ୧୦୦-୧୨୦ କିଲୋମିଟର ବେଗରେ ପବନ ବହୁଛି। ଏହି ସମୟରେ ମୁମ୍ବାଇର ବାନ୍ଦ୍ରା – ଓ୍ବର୍ଲି ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହା ପ୍ରାୟ ୩ ଘଣ୍ଟା ଧରି ତାଣ୍ଡବ ରଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହାର ପ୍ରଭାବରେ ସମୁଦ୍ରରେ ୨ ମିଟର ଉଚ୍ଚର ଜୁଆର ଉଠୁଥିବା ସୂଚନା ମିଳିଛି।

Share