ଲୋ ବ୍ଲଡ୍‌ପ୍ରେସର ଓ ଖାଦ୍ୟ

ଯଦି ଆପଣ ଲୋ ବ୍ଲଡ୍‌ପ୍ରେସର ପରି ସମସ୍ୟା ସହ ଜଡ଼ିତ ତେବେ ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ନଜର ଦେବାକୁ ପଡିଥାଏ। ସାଧାରଣତଃ ଏପରି ରୋଗୀଙ୍କୁ ପ୍ରଚୁର ପାଣି ପିଇବାକୁ ଏବଂ ଲୁଣ କମ୍‌ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି। ସବୁଜ ତଥା ତଟକା ପନିପରିବା ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। କାରଣ ଏହା ଲୋ ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଲୋ ବ୍ଲଡ୍‌ପ୍ରେସର ରୋଗୀ ଓଟସ ଖାଇପାରନ୍ତି। କାରଣ ଏଥିରେ ଫାଇବର ଭରି ରହିଥାଏ। ଏହାକୁ ଖାଇଲେ ଲୋ ବ୍ଲଡ୍‌ପ୍ରେସର କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ। ଏଥିପାଇଁ ରସୁଣ ମଧ୍ୟ ଲାଭପ୍ରଦ। ଅଙ୍ଗୁରରେ ଆଇରନ୍‌ ଭରି ରହିଛି। ଏହାକୁ ଖାଇଲେ ଲୋ ବ୍ଲଡ୍‌ପ୍ରେସର କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ।