ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ: ବାହାରୁନାହିଁ ସମାଧାନ ବାଟ

ବଲାଙ୍ଗୀର ଅଫିସ, ୩୦ା୬
ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗତ ପ୍ରାୟ ୧୦ ମାସ ହେଲା ବନ୍ଦ ପଡିଛି ା ୨୦୧୩ ଭୂମି ଅଧିଗ୍ରହଣ ଆଇନ କାର୍ଯ୍ୟକାରୀ କରି ଉଚିତ୍‌ କ୍ଷତିପୂରଣ ଓ ଥଇଥାନ କରିବାକୁ ଦାବି କରି ବୁଡିଅଞ୍ଚଳବାସୀ ପ୍ରକଳ୍ପ କାମକୁ ବନ୍ଦ କରିଛନ୍ତି। ଲୋୟର ସୁକ୍‌ତେଲ ପ୍ରକଳ୍ପ କାମକୁ କିଭଳି ପୁଣି ଥରେ ଆରମ୍ଭ କରାଯାଇପାରିବ ସେନେଇ ଜିଲା ପ୍ରଶାସନ, ବୁଡିଅଞ୍ଚଳବାସୀ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଆଲୋଚନା ଆରମ୍ଭ କରିଛନ୍ତି ା କିଛିଦିନ ଭିତରେ ୩/୪ଟି ବୈଠକ ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଶେଷ ସଫଳତା ମିଳିପାରିନାହିଁ ା ଶନିବାର ସ୍ଥାନୀୟ ସର୍କିଟ ହାଉସଠାରେ ପୁଣି ଥରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲାପାଳ ଅରିନ୍ଦମ ଡାକୁଆ, ଲୋୟର ସୁକ୍‌ତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାତ ରଞ୍ଜନ ରାଉତ, ଅନ୍ୟାନ୍ୟ ଅଧିକାରୀ, ଲୋୟର ସୁକ୍‌ତେଲ ବୁଡିଅଞ୍ଚଳରୁ ଉପେନ୍ଦ୍ର ସାହୁ, ଉମାକାନ୍ତ ଖୁଆସ, ସୁଧୀର ଖୁଆସ, ରବୀନ୍ଦ୍ର ସାହୁ, ସଞ୍ଜୟ ଗଡତ୍ୟା, ପ୍ରେମାନନ୍ଦ ସାହୁ,ପୂର୍ଣ୍ଣଚନ୍ଦ୍ର ନାଏକ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟିରୁ ଆଡଭୋକେଟ୍‌ ଭବାନୀ ଶଙ୍କର ଶତପଥୀ, ରତନ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ା ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ୨୯ଟି ଗଁାରୁ ୧୫ଟି ଗଁାରେ ୨୦୧୩ ଭୂମି ଅଧିଗ୍ରହଣ ଆଇନ ଲାଗୁ ନହୋଇ ପୂର୍ବବର୍ତ୍ତୀ ଆଇନ ଅନୁସାରେ କ୍ଷତିପୂରଣ ଓ ଥଇଥାନ ରାଶି ଦିଆଯିବା ବ୍ୟବସ୍ଥା ରହିଛି ା ଏହାକୁ ଡ୍ୟାମ ସପକ୍ଷବାଦୀ ବୁଡିଅଞ୍ଚଳବାସୀମାନେ ଏବେ ବିରୋଧ କରୁଛନ୍ତି ା ଏପର୍ଯ୍ୟନ୍ତ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇ ନ ଥିବାରୁ ଆୱାର୍ଡ ସରିଥିବା ଗଁାରେ ମଧ୍ୟ ୨୦୧୩ ଭୂମି ଅଧିଗ୍ରହଣ ଆଇନ ଲାଗୁ କରି ଏହି ଅନୁସାରେ ବିସ୍ଥାପିତ ହେବାକୁ ଥିତ୍ବା ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ କରିବାକୁ ଦାବି କରୁଛନ୍ତି ା ସରକାର ଏହି ଦାବି ପୂରଣ କରିପାରୁ ନାହାନ୍ତି ା ଏକ୍ସଗ୍ରାସିଆ ଆକାରରେ କ୍ଷତିପୂରଣ ଓ ଥଇଥାନ ଭରଣା କରିବାକୁ କହୁଛନ୍ତି ା ଏହାକୁ ବୁଡି ଅଞ୍ଚଳର ଡ୍ୟାମ ସପକ୍ଷବାଦୀମାନେ ବିରୋଧ କରୁଛନ୍ତି ା ଏହି କାରଣରୁ ଡ୍ୟାମ କାମ ଅଟକି ପଡିଛି ା ଶନିବାର ବୈଠକରେ ମଧ୍ୟ ଏହି ଦାବିକୁ ଦୋହରା ଯାଇଛି ା ୨୦୧୩ ଭୂମି ଅଧିଗ୍ରହଣ ଲାଗୁ କରିବାକୁ ଦାବି କରାଯାଇଥିଲା ା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଆଡଭେକେଟ ଶତପଥୀ ଲୋକଙ୍କୁ ବୁଝାଇଥିଲେ ା ଏକ୍ସଗ୍ରାସିଆ ନେଇ ରାଜି ହେବାକୁ ଅନୁରୋଧ କରିଥିଲେ ା ତେବେ ଏ ଦିଗରେ ସହମତି ହୋଇପାରି ନ ଥିଲା ା ଲୋକଙ୍କ ଅନ୍ୟାନ୍ୟ ବହୁ ସମସ୍ୟାର ସମାଧାନ କରିବା ଉପରେ ଚର୍ଚ୍ଚା ହୋଇଥିଲା ା ଆଗାମୀ ବୈଠକ ବୁଡିଅଞ୍ଚଳର ଗଁାକୁ ଯାଇ କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା ା ତୁରନ୍ତ ଆରପିଡିଏସି ବୈଠକ ଡକାଯାଇ ବୁଡି ଅଞ୍ଚଳବାସୀଙ୍କ ସମସ୍ତ ସମସ୍ୟା ଓ ୨୦୧୩ ଭୂମି ଅଧିଗ୍ରହଣ ଆଇନ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା କରାଯାଉ ବୋଲି ସେମାନେ ଦାବି ଜଣାଇଥିଲେ ା ଏ ନେଇ ଶୀଘ୍ର ପଦକ୍ଷେପ ନେବେ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri