ଲୋପପାଉଛି ତାଳଗଛ, ବଢୁଛି ବଜ୍ରପାତ ଦୁର୍ଘଟଣା

ରସୁଲପୁର,୨୫ା୧(ଡିଏନଏ)

ଗ୍ରୀଷ୍ମ ଋତୁରେ ବଜ୍ରପାତର ଆଶଙ୍କା ଅଧିକ ରହୁଛି। ବଜ୍ରାଘାତ ଯୋଗୁ ବହୁ ଧନଜୀବନ ହାନୀ ଘଟୁଛି। ୧ ଏପ୍ରିଲ,୨୦୧୫ରୁ ବଜ୍ରପାତଜନିତ ଦୁର୍ଘଟଣାକୁ ପ୍ରାକୃତିକ ବିପର୍ଯ୍ୟୟଭାବେ ଧରାଯାଉଛି। ବନ୍ୟା, ବାତ୍ୟା, ଭୂମିକମ୍ପକୁ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ଏଥିରେ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯାଉଛି। ବଜ୍ରପାତ ସମ୍ଭାବନା ଥିବା ଅଞ୍ଚଳରେ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପ୍ରଦାନ କରାଯାଉଛି। ମାତ୍ର ଏହାର ପ୍ରଭାବ ପୃଥିବୀ ପୃଷ୍ଠରେ କେମିତି କମ୍‌ କରାଯାଇ ପାରିବ, ସେ ନେଇ ଜନସଚେତନତା ସୃଷ୍ଟି କରାଯାଇ ପାରୁନାହିଁ। ଘରବାଡିରେ ଥିବା ତାଳଗଛ ଯେ ପୃଥିବୀର ଆର୍ଥତ୍ଂ ଭାବେ କାର୍ଯ୍ୟକରେ ଏହା ସାଧାରଣ ଲୋକଙ୍କ ଚିନ୍ତା ଚେତନା ବାହାରେ ରହିଛି। ଦିନକୁ ଦିନ ତାଳଗଛ ପ୍ରତି ଆଦର କମି କମି ଯାଉଛି। ଜନବସତି ଅଞ୍ଚଳରୁ ତାଳଗଛ କ୍ରମଶଃ ଲୋପ ପାଇଯାଉଛି। ଫଳରେ ବଜ୍ରପାତ ହାର କ୍ରମଶଃ ବଢିବାରେ ଲାଗଥିବା ଆଉ ଏକ କାରଣ ବୋଲି କୁହାଯାଇ ପାରେ। ଏ ଦିଗରେ ସଚେତନ କରାଯିବା ସହ ଜନବସତି ଅଞ୍ଚଳ, କୃଷିକ୍ଷେତ, ନଦୀକୂଳ, ନଦୀବନ୍ଧ ପାର୍ଶ୍ୱ, ଅବ୍ୟବହୃତ ସରକାରୀ ଜାଗାଗୁଡ଼ିକରେ ବ୍ୟାପକ ତାଳବଣ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯିବା ନେଇ ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି।
ପ୍ରାଚୀନ କାଳରେ ତାଳଗଛ ଉପତ୍ାଦିତ ସାମଗ୍ରୀ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ ଥିଲା। ଏହିଗଛ ଡାଳରୁ ନଇ (ଚାଳଘର ବାଉଁଶ ରୁଅ ବାନ୍ଧିବା) ପ୍ରସ୍ତୁତ କରାଯାଇ ଚାଳଘର ନିର୍ମାଣରେ ବ୍ୟବହାର ହେଉଛି। ତାଳବରଡା ତାଟି ଘରର ଛାମୁଣ୍ଡିଆଭାବେ ବ୍ୟବହାର କରାଯାଇଥାଏ। ଏପରିକି ଗୃହପାଳିତ ପଶୁମାନଙ୍କ ଗୁହାଳ ଛପର ଆଦି ତାଳପତ୍ରରେ ନିର୍ମାଣ କରାଯାଏ। ଏଥିରୁ ବାହାରୁଥିବା ଅନ୍ୟ ଅବ୍ୟବହୃତ ସାମଗ୍ରୀକୁ ଜାଳେଣି ଭାବେ ବ୍ୟବହାର କରାଯାଏ। ତାଳ ଟାକୁଆରୁ ଗଜା, ପାଚିଲା ତାଳ ରସରୁ ପିଠା ଓ ରୁଟି ଆଦି ପ୍ରସ୍ତୁତ କରାଯାଇ ଖାଦ୍ୟ ରୂପରେ ବ୍ୟବହାର କରାଯାଇ ଥାଏ। ଯାହାକି ସ୍ବାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ। ମାତ୍ର ସମୟ ବଦଳିବା ସହ ତାଳଗଛର ଆବଶ୍ୟକତା କମିକମି ଯାଉଛି। ଗାଁଗଣ୍ଡା କୋଠାଘରମୟ ହୋଇଉଠିଛି। ବାସଗୃହଠାରୁ ଆରମ୍ଭ କରି ଗୁହାଳଘର ନିର୍ମାଣ ପାଇଁ ସରକାରୀ ଅନୁଦାନ ପ୍ରଦାନ କରାଯାଉଛି। ଫାଷ୍ଟଫୁଡ୍‌ ଓ ଜଙ୍କଫୁଡ୍‌ ଯୁଗରେ ପାଚିଲା ତାଳ ରସରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଚାହିଦା କମି ଯାଉଛି। ସିଜିନ ଫଳ ଭାବେ ଏହାର ଆଦର କମିକମି ଯାଉଛି। ଘର ହାଣ୍ଡିଶାଳରେ ଜାଳେଣି ବଦଳରେ ଗ୍ୟାସ ବ୍ୟବହାର ହେଉଛି। ଏସବୁ କାରଣରୁ ତାଳଗଛର ଆଦର ହୁଏତ କମିଯାଉଛି ବୋଲି କୁହାଯାଇପାରେ। ହେଲେ ତାଳଗଛର ଅସଲ ଗୁଣ ଏବେ ଜନସାଧାରଣଙ୍କ ଅଜ୍ଞତାରେ ରହିଛି। ଏହି ଗଛର ସବୁଠାରୁ ବଡ ଉପକାରୀ ଗୁଣ ହେଉଛି ଝଡତୋଫାନ ସମୟରେ ହେଉଥିବା ବଜ୍ରପାତ ପୃଥିବୀ ପୃଷ୍ଠକୁ ଛୁଇଁବା ପୂର୍ବରୁ ତାଳଗଛକୁ ଆଘାତ ଦେଇଥାଏ। ତାଳଗଛ ଅଧିକ ଉଚ୍ଚତା ବିଶିଷ୍ଟ ହେବା ସହ ତା ଭିତରେ ଥିବା ତନ୍ତୁଗୁଡିକ ଜଳୀୟ ବାଷ୍ପପୂର୍ଣ୍ଣ ହୋଇଥାଏ। ବିଜୁଳିକୁ ସହଜରେ ଅବଶୋଷଣ କରିନେବା ସହ କରେଣ୍ଟକୁ ମାଟି ଭିତରକୁ ଛାଡି ଦେଇଥାଏ। ଅଧିକ ତାଳଗଛ ଥିବା ଜନବସତି ଅଞ୍ଚଳରେ ବଜ୍ରପାତ କ୍ଷୟକ୍ଷତି ହେବାର ସମ୍ଭାବନା କମ୍‌ଥାଏ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହାଛଡା ନଦୀପଠାରେ ତାଳଗଛକୁ ଲଗାଯାଇ ମାଟି ଅବକ୍ଷୟକୁ ରୋକାଯାଇଥାଏ। ନଦୀବନ୍ଧକୁ ସଦୃଢୀକରଣ କରିବା ପାଇଁ ବନ୍ଧପାର୍ଶ୍ୱରେ ତାଳଗଛ ଚାରାରୋପଣ କରାଯାଏ। ମାତ୍ର ଏବେ ସେଭଳି ଘଟୁଥିବା ଭଳି ମନେହେଉ ନାହିଁ। ଯଦିଓ ଓଡ଼ିଶା ବନବିଭାଗ ପକ୍ଷରୁ ଖାଲିଥିବା ରାସ୍ତାକଡରେ,ବନାଞ୍ଚଳ ଚତୁଃପାର୍ଶ୍ୱରେ, ଜବସତି ଅଞ୍ଚଳରେ, ସରକାରୀ ଖୋଲା ଜାଗାରେ ତାଳବଣ ସୃଷ୍ଟି କରିବା ପାଇଁ ନିଷ୍ପତି ନିଆଯାଇଛି। ତେବେ ଏ ଦିଗରେ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଜନସଚେତନତା ସୃଷ୍ଟି କରିବାରେ ବିଭାଗ ଆଦୌ ଆନ୍ତରିକତା ଦେଖାଉଥିବା ଭଳି ମନେହେଉ ନାହିଁ। ଏ ଦିଗରେ ଚଣ୍ଡିଖୋଲ ରେଞ୍ଜର ବନାଧିକାରୀ ଶଶିକାନ୍ତ ବେହେରାଙ୍କୁ ପଚାରିବାରୁ, ଏ ନେଇ ସରକାରୀ ନିଷ୍ପତି ହୋଇଛି। ତାଳବଣ ସୃଷ୍ଟି କରିବା ପାଇଁ ଚିଠି ଆସିଛି। ମାତ୍ର ଏ ନେଇ ଅନୁଦାନ ଆସିବା ପରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ୨୦୦୪ ରୁ ୨୦୦୯ ଯାଏଁ ଥିଲେ….

ଭୁବନେଶ୍ବର,୨୬।୧୨:  ପୂର୍ବତନ ବିଧାୟିକାଙ୍କ ପରଲୋକ । କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଥିବା ସୂଚନା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri