ଲୋପପାଉଛି ତାଳଗଛ, ବଢୁଛି ବଜ୍ରପାତ ଦୁର୍ଘଟଣା

ରସୁଲପୁର,୨୫ା୧(ଡିଏନଏ)

ଗ୍ରୀଷ୍ମ ଋତୁରେ ବଜ୍ରପାତର ଆଶଙ୍କା ଅଧିକ ରହୁଛି। ବଜ୍ରାଘାତ ଯୋଗୁ ବହୁ ଧନଜୀବନ ହାନୀ ଘଟୁଛି। ୧ ଏପ୍ରିଲ,୨୦୧୫ରୁ ବଜ୍ରପାତଜନିତ ଦୁର୍ଘଟଣାକୁ ପ୍ରାକୃତିକ ବିପର୍ଯ୍ୟୟଭାବେ ଧରାଯାଉଛି। ବନ୍ୟା, ବାତ୍ୟା, ଭୂମିକମ୍ପକୁ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ଏଥିରେ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯାଉଛି। ବଜ୍ରପାତ ସମ୍ଭାବନା ଥିବା ଅଞ୍ଚଳରେ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପ୍ରଦାନ କରାଯାଉଛି। ମାତ୍ର ଏହାର ପ୍ରଭାବ ପୃଥିବୀ ପୃଷ୍ଠରେ କେମିତି କମ୍‌ କରାଯାଇ ପାରିବ, ସେ ନେଇ ଜନସଚେତନତା ସୃଷ୍ଟି କରାଯାଇ ପାରୁନାହିଁ। ଘରବାଡିରେ ଥିବା ତାଳଗଛ ଯେ ପୃଥିବୀର ଆର୍ଥତ୍ଂ ଭାବେ କାର୍ଯ୍ୟକରେ ଏହା ସାଧାରଣ ଲୋକଙ୍କ ଚିନ୍ତା ଚେତନା ବାହାରେ ରହିଛି। ଦିନକୁ ଦିନ ତାଳଗଛ ପ୍ରତି ଆଦର କମି କମି ଯାଉଛି। ଜନବସତି ଅଞ୍ଚଳରୁ ତାଳଗଛ କ୍ରମଶଃ ଲୋପ ପାଇଯାଉଛି। ଫଳରେ ବଜ୍ରପାତ ହାର କ୍ରମଶଃ ବଢିବାରେ ଲାଗଥିବା ଆଉ ଏକ କାରଣ ବୋଲି କୁହାଯାଇ ପାରେ। ଏ ଦିଗରେ ସଚେତନ କରାଯିବା ସହ ଜନବସତି ଅଞ୍ଚଳ, କୃଷିକ୍ଷେତ, ନଦୀକୂଳ, ନଦୀବନ୍ଧ ପାର୍ଶ୍ୱ, ଅବ୍ୟବହୃତ ସରକାରୀ ଜାଗାଗୁଡ଼ିକରେ ବ୍ୟାପକ ତାଳବଣ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯିବା ନେଇ ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି।
ପ୍ରାଚୀନ କାଳରେ ତାଳଗଛ ଉପତ୍ାଦିତ ସାମଗ୍ରୀ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ ଥିଲା। ଏହିଗଛ ଡାଳରୁ ନଇ (ଚାଳଘର ବାଉଁଶ ରୁଅ ବାନ୍ଧିବା) ପ୍ରସ୍ତୁତ କରାଯାଇ ଚାଳଘର ନିର୍ମାଣରେ ବ୍ୟବହାର ହେଉଛି। ତାଳବରଡା ତାଟି ଘରର ଛାମୁଣ୍ଡିଆଭାବେ ବ୍ୟବହାର କରାଯାଇଥାଏ। ଏପରିକି ଗୃହପାଳିତ ପଶୁମାନଙ୍କ ଗୁହାଳ ଛପର ଆଦି ତାଳପତ୍ରରେ ନିର୍ମାଣ କରାଯାଏ। ଏଥିରୁ ବାହାରୁଥିବା ଅନ୍ୟ ଅବ୍ୟବହୃତ ସାମଗ୍ରୀକୁ ଜାଳେଣି ଭାବେ ବ୍ୟବହାର କରାଯାଏ। ତାଳ ଟାକୁଆରୁ ଗଜା, ପାଚିଲା ତାଳ ରସରୁ ପିଠା ଓ ରୁଟି ଆଦି ପ୍ରସ୍ତୁତ କରାଯାଇ ଖାଦ୍ୟ ରୂପରେ ବ୍ୟବହାର କରାଯାଇ ଥାଏ। ଯାହାକି ସ୍ବାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ। ମାତ୍ର ସମୟ ବଦଳିବା ସହ ତାଳଗଛର ଆବଶ୍ୟକତା କମିକମି ଯାଉଛି। ଗାଁଗଣ୍ଡା କୋଠାଘରମୟ ହୋଇଉଠିଛି। ବାସଗୃହଠାରୁ ଆରମ୍ଭ କରି ଗୁହାଳଘର ନିର୍ମାଣ ପାଇଁ ସରକାରୀ ଅନୁଦାନ ପ୍ରଦାନ କରାଯାଉଛି। ଫାଷ୍ଟଫୁଡ୍‌ ଓ ଜଙ୍କଫୁଡ୍‌ ଯୁଗରେ ପାଚିଲା ତାଳ ରସରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଚାହିଦା କମି ଯାଉଛି। ସିଜିନ ଫଳ ଭାବେ ଏହାର ଆଦର କମିକମି ଯାଉଛି। ଘର ହାଣ୍ଡିଶାଳରେ ଜାଳେଣି ବଦଳରେ ଗ୍ୟାସ ବ୍ୟବହାର ହେଉଛି। ଏସବୁ କାରଣରୁ ତାଳଗଛର ଆଦର ହୁଏତ କମିଯାଉଛି ବୋଲି କୁହାଯାଇପାରେ। ହେଲେ ତାଳଗଛର ଅସଲ ଗୁଣ ଏବେ ଜନସାଧାରଣଙ୍କ ଅଜ୍ଞତାରେ ରହିଛି। ଏହି ଗଛର ସବୁଠାରୁ ବଡ ଉପକାରୀ ଗୁଣ ହେଉଛି ଝଡତୋଫାନ ସମୟରେ ହେଉଥିବା ବଜ୍ରପାତ ପୃଥିବୀ ପୃଷ୍ଠକୁ ଛୁଇଁବା ପୂର୍ବରୁ ତାଳଗଛକୁ ଆଘାତ ଦେଇଥାଏ। ତାଳଗଛ ଅଧିକ ଉଚ୍ଚତା ବିଶିଷ୍ଟ ହେବା ସହ ତା ଭିତରେ ଥିବା ତନ୍ତୁଗୁଡିକ ଜଳୀୟ ବାଷ୍ପପୂର୍ଣ୍ଣ ହୋଇଥାଏ। ବିଜୁଳିକୁ ସହଜରେ ଅବଶୋଷଣ କରିନେବା ସହ କରେଣ୍ଟକୁ ମାଟି ଭିତରକୁ ଛାଡି ଦେଇଥାଏ। ଅଧିକ ତାଳଗଛ ଥିବା ଜନବସତି ଅଞ୍ଚଳରେ ବଜ୍ରପାତ କ୍ଷୟକ୍ଷତି ହେବାର ସମ୍ଭାବନା କମ୍‌ଥାଏ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହାଛଡା ନଦୀପଠାରେ ତାଳଗଛକୁ ଲଗାଯାଇ ମାଟି ଅବକ୍ଷୟକୁ ରୋକାଯାଇଥାଏ। ନଦୀବନ୍ଧକୁ ସଦୃଢୀକରଣ କରିବା ପାଇଁ ବନ୍ଧପାର୍ଶ୍ୱରେ ତାଳଗଛ ଚାରାରୋପଣ କରାଯାଏ। ମାତ୍ର ଏବେ ସେଭଳି ଘଟୁଥିବା ଭଳି ମନେହେଉ ନାହିଁ। ଯଦିଓ ଓଡ଼ିଶା ବନବିଭାଗ ପକ୍ଷରୁ ଖାଲିଥିବା ରାସ୍ତାକଡରେ,ବନାଞ୍ଚଳ ଚତୁଃପାର୍ଶ୍ୱରେ, ଜବସତି ଅଞ୍ଚଳରେ, ସରକାରୀ ଖୋଲା ଜାଗାରେ ତାଳବଣ ସୃଷ୍ଟି କରିବା ପାଇଁ ନିଷ୍ପତି ନିଆଯାଇଛି। ତେବେ ଏ ଦିଗରେ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଜନସଚେତନତା ସୃଷ୍ଟି କରିବାରେ ବିଭାଗ ଆଦୌ ଆନ୍ତରିକତା ଦେଖାଉଥିବା ଭଳି ମନେହେଉ ନାହିଁ। ଏ ଦିଗରେ ଚଣ୍ଡିଖୋଲ ରେଞ୍ଜର ବନାଧିକାରୀ ଶଶିକାନ୍ତ ବେହେରାଙ୍କୁ ପଚାରିବାରୁ, ଏ ନେଇ ସରକାରୀ ନିଷ୍ପତି ହୋଇଛି। ତାଳବଣ ସୃଷ୍ଟି କରିବା ପାଇଁ ଚିଠି ଆସିଛି। ମାତ୍ର ଏ ନେଇ ଅନୁଦାନ ଆସିବା ପରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

ନଗ୍ନ ଭିଡିଓ ଜାଲରେ ଫସାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…

ଧର୍ମଶାଳା,୧୪ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପୋବଳ ଗାଁର ମୁଖ୍ୟ ସାଇବର ଠକେଇର ଅଭିଯୁକ୍ତ ସରୋଜ ଜେନାଙ୍କୁ କଟକ ସାଇବର ପୋଲିସ…

ସର୍ଟ ସର୍କିଟ ଯୋଗୁଁ ଚଳନ୍ତା କାରରେ ଲାଗିଗଲା ନିଆଁ, ଡ୍ରାଇଭର ଦୌଡି ଯାଇ…

ଧର୍ମଶାଳା,୧୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ…

ଓଭରବ୍ରିଜ୍‌ ଉପରୁ ଖସିଲା ଆଖୁ ବୋଝେଇ ଟ୍ରକ୍‌, ଗାଡ଼ି ତଳେ କେହି ଫସିରହିଥିବା ସନ୍ଦେହ

ଧର୍ମଶାଳା,୧୨।୨(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଆର୍‌ଟିଓ କାର୍ଯ୍ୟାଳୟ ନିକଟରେ ଓଭରବ୍ରିଜ୍‌ ଉପରୁ ଏକ ଆଖୁ ବୋଝେଇ ଟ୍ରକ୍‌…

ଯାଜପୁରରେ ଭାରତ ବନ୍ଦର ପ୍ରଭାବ: ଏଆଇଟିୟୁସି କର୍ମୀଙ୍କ ରାସ୍ତା ଅବରୋଧ, କେନ୍ଦ୍ର ସରକାରଙ୍କ…

ଧର୍ମଶାଳା,୧୨ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ଷୋହଳ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ବିଭିନ୍ନ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଝୁଲିପଡିଲେ ସ୍ବାମୀ-ସ୍ତ୍ରୀ, ଅଷ୍ଟପ୍ରହରୀ ପୂଜା ସାରି ଶୋଇଥିଲେ, ହେଲେ…

ଧର୍ମଶାଳା,୧୦।୨(ଶିବପ୍ରସାଦ ମହାନ୍ତି): ଚାଲିଗଲା ଗୋଟିଏ ପରିବାରର ଦୁଇଟି ଜୀବନ । ଝୁଲନ୍ତା ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri