Categories: ଜାତୀୟ

ଲୋକ ସଭା, ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏଆଇଏଡିଏମ୍‌କେ

ଚେନ୍ନାଇ,୬।୭: ଅଲ ଇଣ୍ଡିଆ ଆନ୍ନା ଦ୍ରାଭିଡ ମୁନେତ୍ରା କାଜଗମ(ଏଆଇଏଡିଏମ୍‌କେ) ଶନିବାର ତା’ର ଲୋକ ସଭା ଓ ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜୟାଲଳିଥାଙ୍କ କ୍ୟାବିନେଟର ମନ୍ତ୍ରୀ ଥିବା ଏ ମହମ୍ମଦ ଜାନ ଓ ଅନୁସୂଚିତ ଜାତିର ସ୍ଥାନୀୟ ନେତା ଏନ୍‌ ଚନ୍ଦ୍ରଶେଖରନଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ମନୋନୟନ କରାଯାଇଛି। ରାଜ୍ୟ ସଭା ପାଇଁ ଖାଲି ହୋଇଥିବା ୬ଟି ଆସନ ପାଇଁ ଆସନ୍ତା ୧୮ରେ ନିର୍ବାଚନ ହେବ। ସେହିପରି ଦଳ ଏ ସି ସନମୁଗମଙ୍କୁ ଭେଲୋର ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି।

Share