ଲୋକ ସଭା ପ୍ରାର୍ଥିନୀଙ୍କ ଫଟୋ ଭାଇରାଲ ଘଟଣା: ୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା

କଟକ ଅଫିସ,୨୦ା୭: ସାଧାରଣ ନିର୍ବାଚନ ସମୟରେ ଜଣେ ଲୋକ ସଭା ପ୍ରାର୍ଥିନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ସୀମାଞ୍ଚଳ ପାତ୍ର, ଚିନ୍ମୟ ସେନାପତି ଓ ଜୟଦୀପ ଗିରିଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ନିର୍ବାଚନବେଳେ ଉକ୍ତ ପ୍ରାର୍ଥିନୀଙ୍କ ଭାବମୂର୍ତ୍ତିକୁ ସାଧାରଣରେ ନଷ୍ଟ କରିବା ପାଇଁ ମିଥ୍ୟା ଫଟୋକୁ ଭାଇରାଲ କରାଯାଇଥିଲା। ଏ ନେଇ ପ୍ରାର୍ଥିନୀ ଥାନାରେ ଏତଲା ଦେବା ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା। ତଳ କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଖାରଜ ହେବା ପରେ ସେମାନେ ହାଇକୋର୍ଟ ଆସିଥିଲେ।