Categories: ଜାତୀୟ

ଲୋକ ସଭାର ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହେଲେ ମାନେକା ଗାନ୍ଧୀ

ନୂଆଦିଲ୍ଲୀ, ୩୧।୫: ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ଏମ୍‌ପି ମାନେକା ଗାନ୍ଧୀ। ମୋଦି ଦ୍ୱିତୀୟ ପାଳି ସରକାରରେ ମନ୍ତ୍ରୀ ପଦ ପାଇ ନ ଥିବା ମାନେକା ସଂସଦର ନୂଆ ବାଚସ୍ପତି ନିଯୁକ୍ତ ହେବା ଯାଏ ଏହି ଦାୟିତ୍ୱ ତୁଲାଇବେ। ଏଥିସହ ସେ ସଂସଦର ନୂଆ ଏମପିମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ୬୨ ବର୍ଷୀୟ ମାନେକା ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ସୁଲତାନପୁରରୁ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୧୪ ମୋଦି ସରକାରରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହିଥିଲେ।

Share