Posted inଜାତୀୟ

ଲୋକ ସଭାରେ ଆଧାର ବିଲ୍‌ ଆଗତ

ନୂଆଦିଲ୍ଲୀ,୨୫।୬(ପି.ଟି.)-ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଓ ମୋବାଇଲ ସିମ୍‌ କାର୍ଡ ପାଇଁ ଆଧାରକୁ ସ୍ବେଚ୍ଛାକୃତ ଭାବେ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିବା ନିମନ୍ତେ ଏକ ବିଲ୍‌ ସୋମବାର ଲୋକ ସଭାରେ ଆଗତ ହୋଇଛି। ଗତ ମାର୍ଚ୍ଚରେ ଜାରି ହୋଇଥିବା ଅଧ୍ୟାଦେଶ ସ୍ଥାନରେ ଏହି ସଂଶୋଧିତ ଆଇନ ଲାଗୁ ହେବ। ପ୍ରସ୍ତାବିତ ଆଇନରେ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ଦଣ୍ଡବ୍ୟବସ୍ଥା ରହିଛି। ବିଲ୍‌କୁ ଆର୍‌ଏସ୍‌ଏମ୍‌ ଏମ୍‌ପି ଏନ୍‌.କେ. ପ୍ରେମଚନ୍ଦ୍ରନ୍‌ ବିରୋଧ କରି ଏହା ସୁପ୍ରିମକୋର୍ଟଙ୍କ ଆଧାର ରାୟର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କହିଥିଲେ। ଏହାଦ୍ୱାରା ଘରୋଇ କମ୍ପାନୀ ହାତକୁ ଆଧାର ତଥ୍ୟ ଚାଲିଯିବ ଏବଂ ଗୋପନୀୟତା ଅଧିକାରର ଉଲ୍ଲଂଘନ ହେବ। ଏହାର ଜବାବ ଦେବାକୁ ଯାଇ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, ଆଧାର ଏକ ବୈଧ ଆଇନ ଓ ଜାତୀୟ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ। ଏଥିରେ ଗୋପନୀୟତା ଅଧିକାରର ଉଲ୍ଲଂଘନ ହେଉନାହିଁ। ବର୍ତ୍ତମାନ ସୁଦ୍ଧା ୬୦ କୋଟି ଲୋକ ଆଧାର ମାଧ୍ୟମରେ ସିମ୍‌ କାର୍ଡ ନେଇଛନ୍ତି। ଜନସାଧାରଣ ଆଧାରକୁ ଗ୍ରହଣ କରିସାରିଛନ୍ତି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ମମତାଙ୍କୁ ବଡ଼ ଅଫର ଦେଲେ ହୁମାୟୁନ୍‌ କବୀର, ଜାଣନ୍ତୁ କ’ଣ ଏହି ଅଫର? ସଭିଏଁ ପଡିଲେଣି ଚିନ୍ତାରେ!

କୋଲକାତା,୪।୬: ଗୁରୁବାର ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଘଟଣା ଘଟିଲା ଯେତେବେଳେ AJUP (ଆମ ଜନତା ଉନ୍ନୟନ ପାର୍ଟି)ର ପ୍ରତିଷ୍ଠାତା ହୁମାୟୁନ କବୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା…

ଜେୱର ବିମାନବନ୍ଦର ଫ୍ଲାଏଓଭର ନିର୍ମାଣ ସ୍ଥାନରେ ବଡ଼ ଦୁର୍ଘଟଣା: କ୍ରେନ ଓଲଟି ପଡ଼ିବାରୁ ଅନେକ ଶ୍ରମିକ ଫସି ରହିଛନ୍ତି; ୩ ମୃତ

ଫରିଦାବାଦ,୪।୬: ଗୁରୁବାର ଅପରାହ୍ନରେ ହରିୟାଣାର ଫରିଦାବାଦରେ ଜେୱର ବିମାନବନ୍ଦର ସଂଯୋଗ ନେଟୱାର୍କ ସହିତ ଜଡିତ ଏକ ପ୍ରମୁଖ ପ୍ରକଳ୍ପ ସହିତ ଜଡିତ ଏକ ନିର୍ମାଣ ସ୍ଥାନରେ ଏକ…

ରାଜ୍ୟ ସଭା ନିର୍ବାଚନ ପାଇଁ ୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୪।୬: ଭାଜପା ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଅରୁଣାଚଳ ପ୍ରଦେଶରୁ ତାଇ ତାଗକଙ୍କୁ ପ୍ରାର୍ଥୀ କରିଛି। ଗୁଜୁରାଟରୁ, ରାଜୁଭାଇ ଶୁକ୍ଳା, ମୁକେଶଭାଇ…

ରାଜ୍ୟ ସଭା ଉପ-ନିର୍ବାଚନ: ଦେବାଶିଷଙ୍କୁ ପ୍ରାର୍ଥୀ କଲା ଭାଜପା

ଭୁବନେଶ୍ୱର,୪।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ଭାଜପା ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି। ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ନେଇ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ…

କ୍ଷମତା ଚାଲିଯିବା ପରେ ଏ କେମିତି ଅବସ୍ଥା! ଖଟ ତଳେ ଲୁଚିଥିଲେ ଟିଏମସି ନେତା, ହଠାତ୍‌ ପହଞ୍ଚିଲା ପୋଲିସ, ଭିଡିଓ ଦେଖନ୍ତୁ…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ହାଇଡ୍ରାମା ଦେଖିବାକୁ ମିଳୁଛି। ବର୍ତ୍ତମାନ କୁଚବିହାର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ଗିରଫ ହେବେ ଖାନ୍‌ ସାର? କୋଚିଂ ସେଣ୍ଟରରେ ଫାୟାରିଂକୁ ନେଇ ସୁରକ୍ଷାକର୍ମୀଙ୍କ ସାଂଘାତିକ ଖୁଲାସା

ପାଟନା,୪।୬: ପାଟନାରୁ ଏହି ସମୟର ଏକ ବଡ଼ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଏଜୁକେଟର ଖାନ ସାର୍‌ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୂଚନା ଅନୁଯାୟୀ,…

ଘେରିଲେଣି ବିରୋଧି, କହିଲେ ନିଶାନ୍ତ କାହିଁକି ‘ନିରବ’? ମୁଜାଫରପୁର ହସ୍ପିଟାଲ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ପରେ…

ପାଟନା,୪।୬: ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ବିହାରର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ICU ଅଗ୍ନିକାଣ୍ଡରେ ପାଞ୍ଚ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri