ଲୋକ ମହୋତ୍ସବ ପାଇଁ ଟେରାକୋଟା ସାମଗ୍ରୀ ପ୍ରସ୍ତୁତି ଆରମ୍ଭ: ତିଆରି ହେଉଛି ୮୬ ପ୍ରକାର ସାମଗ୍ରୀ

ନବରଙ୍ଗପୁର,୧୩।୧୧(ବି.ପ୍ର.)-ମାଟି ହେଉଛି ମାଆ ା ମାଟିକୁ ବ୍ୟବହାର କରି ଜୀବିକା ଅର୍ଜନ କରି ଆସୁଛନ୍ତିି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗାଁର ୮୪ ପରିବାର ା ଶିଳ୍ପ ଗାଁ ଭାବେ ଏହାକୁ ମାନ୍ୟତା ଦିଆଯାଇଛି ା ପ୍ରଥମେ ତଣ୍ଡାଗୁଡାର ମହିଳାମାନେ ୪ଟି ସ୍ବୟଂ ସହାୟକ ଗୋଷ୍ଠୀ କରି ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ମାଟି ହାଣ୍ଡି, ଦୀପ ଓ ଖେଳନା ଆଦି ତିଆରି କରି ବଜାରରେ ବିକ୍ରୀ କରି ଆସୁଥିଲେ ା କଳାନିକେତନ ଅନୁଷ୍ଠାନ ନୂତନ ଡିଜାଇନ ତିଆରି କରି କିଭଳି କାରିଗର ଅଧିକ ରୋଜଗାର କରିବେ ସେ ନେଇ ଉଦ୍ୟମ କରିଥିଲେ ା ଏହା ପରେ ନାର୍ବାଡ ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ହସ୍ତଶିଳ୍ପୀଙ୍କ ଆର୍ଥିକ ଉନ୍ନତି ପ୍ରତି ଗୁରୁତ୍ୱ ଦେଇଥିଲା। ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇ ୬ ମାସ ଲେଖାଏଁ କାରିଗରଙ୍କୁ ତାଲିମ ଦେଇଥିଲେ ା ତାଲିମ ପାଇବା ପରେ ଶିଳ୍ପୀମାନେ ନୂତନ ଡିଜାଇନର ବିଭିନ୍ନ ପ୍ରକାର ଘର ସାଜସଜ୍ଜା ସାମଗ୍ରୀ ତିଆରି କଲେ ା ଓରମାସ ଏହାର ବଜାର ବ୍ୟବସ୍ଥା ପ୍ରତି ଦାୟିତ୍ୱ ନେଇ ରୋଜଗାରର ବାଟ ଫିଟାଇଲା ା ପ୍ରଥମେ କାରିଗରମାନେ ପୁରୁଣା ଢାଞ୍ଚାରେ ଘରେ ଭାଟି କରି ମାଟି ପୋଡି ତାହାକୁ ରଙ୍ଗ ଦେଉଥିିଲେ ା ଘରେ ସ୍ଥାନ ଅଭାବ ଯୋଗୁ ଅନେକ କାରିଗର ସମସ୍ୟା ଭିତରେ ରହି ଆସୁଥିଲେ ା ଏହାକୁ ଜିଲା ପ୍ରଶାସନ ହୃଦୟଙ୍ଗମ କରିବା ପରେ ଶିଳ୍ପୀମାନେ ଏକାଠି ବସି କିଭଳି କାମ କରିବେ ସେ ନେଇ କମ୍ୟୁନିଟି ଫ୍ୟାସିଲିଟି ସେଣ୍ଟର ନିର୍ମାଣ କରାଯାଇଥିଲା। ବିଦ୍ୟୁତ ସଂଯୋଗୀକରଣ, ଶୌଚାଳୟ ବ୍ୟବସ୍ଥା କରାଯାଇଛି ା କିନ୍ତୁ ପାଣିର ସମସ୍ୟା ରହିଛି ା ଏବେ ୧୦୫ ପରିବାରକୁ ନେଇ ୭ ସ୍ବଂୟ ସହାୟକ ଗୋଷ୍ଠୀ ଗଠନ ହୋଇ ପାରିଛି ା ଗୋଟିଏ ପରିବାର ଟେରାକୋଟା ସାମଗ୍ରୀ ନିର୍ମାଣ କରି ମାସିକ ୧୬ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତିି ବୋଲି ହରିଶ୍ଚନ୍ଦ୍ର କୁମ୍ଭାର କହିଛନ୍ତି ା ଛତିଶଗଡ, ଭୁବନେଶ୍ୱର, କଟକ ସମେତ ରାଜ୍ୟର ୩୦ଟି ଜିଲାରେ ଟେରାକୋଟା ହସ୍ତଶିଳ୍ପର ଚାହିଦା ରହିଛି ା ଏନେଇ ଘୋଡା, ହାତୀ, କୁମ୍ଭ, ଫୁଲଦାନୀ, ବେଡଲାଇଟ, ରୁଖା ଓ ବଡ ବଡ ନୂତନ କାରୁକାର୍ଯ୍ୟ ସହ ୮୬ ପ୍ରକାର ବିଭିନ୍ନ ସାମଗ୍ରୀ ତିଆରି କରାଯାଉଛି ା ଜିଲାର ହାଟ ବଜାରରେ ପୁରୁଣା ଢାଞ୍ଚାର ସାମଗ୍ରୀ ବିକ୍ରି କରିବା ସମୟରେ ଗୋଟିଏ ଦର ମଧ୍ୟରେ ସିମିତ ରହିଥିଲା ା ଏବେ ବାହାର ବଜାରକୁ ଯିବା ପରେ ସାମଗ୍ରୀ ଗୁଡିକର ଦର ନିର୍ଦ୍ଧାରଣ ସହ ନୂଆ କିଛି ଅଧିକ ଶିଖିିବାକୁ ସୁଯୋଗ ମିଳି ପାରିଛି ା ଏହା ପଛରେ ଜିଲା ପ୍ରଶାସନର ପ୍ରଚ୍ଛନ୍ନ ହାତ ରହିଛି ା ମାଟି ସଫା ପାଇଁ ମେସିନ ଏବଂ ମେସିନ ଚାଳିତ ହ୍ବିଇଲ ଆଦି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ା ୮୦ ପରିବାର ପାଇଁ ୮ଟି ମେସିନ ଯୋଗାଇ ଦିଆଯାଇଥିବା କାରିଗର ଫଗୁଣ କୁମ୍ଭାର ଓ ଉପେନ୍ଦ୍ର କୁମ୍ଭାର କହିଛନ୍ତି ା ଏବେ ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ୬ ମାସ ପର୍ଯ୍ୟନ୍ତ ନୂତନ ଡିଜାଇନର ବିଭିନ୍ନ ସାମଗ୍ରୀ ତିଆରି ପାଇଁ ତାଲିିମ ଦିଆଯାଉଛି ା ପ୍ରଶିକ୍ଷକ ଭାବେ ଭରତ କୁମ୍ଭାର ଓ ହରିଶ୍ଚନ୍ଦ୍ର କୁମ୍ଭାର ରହିଛନ୍ତି ା ୧୫ ଜଣ ଲେଖାଏଁ କାରିଗରଙ୍କୁ ନେଇ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରାଯାଉଛି ା ଆଗକୁ ରାଜ୍ୟର ବିଭିନ୍ନ ଜିଲାସ୍ତରୀୟ ଲୋକ ମହୋତ୍ସବ ପାଇଁ ମଧ୍ୟ ହସ୍ତଶିଳ୍ପୀମାନେ ଟେରାକୋଟା ସାମଗ୍ରୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି।