Categories: ଜାତୀୟ

ଲୋକୋମୋଟିଭ୍‌ କାରଖାନାରେ ବିସ୍ଫୋରଣ

କାନପୁର,୧୩।୮: ଉତ୍ତରପ୍ରଦେଶ କାନପୁରଠାରେ ଥିବା ଲୋକୋମୋଟିଭ୍‌ କାରଖାନାରେ ମଙ୍ଗଳବାର ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବେଦ୍‌ ସାସୋମେକାନିକା ପ୍ରାଇଭେଟ୍‌ ଲିମିଟେଡ୍‌ରେ ଏଭଳି ହୋଇଥିବା କୁହାଯାଉଛି। ଏହି କାରଖାନାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଯନ୍ତ୍ରାଂଶ ନିର୍ମାଣ ହୋଇଥିଲା। ବିସ୍ଫୋରଣ କିପରି ଘଟିଛି ସେ ନେଇ ତଦନ୍ତ ଜାରି ରହିଛି।

Share