ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାର ବିସ୍ତୃତ ତଦନ୍ତ ହେବ

ଭୁବନେଶ୍ୱର,୧୮।୧(ବ୍ୟୁରୋ): କଟକ ନିର୍ଗୁଣ୍ଡି ପାଖରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାର ବିସ୍ତୃତ ତଦନ୍ତ କରାଯିବ ବୋଲି ରେଲଓ୍ବେ ସେଫ୍‌ଟି କମିଶନର ଏ.କେ. ରାୟ ଶନିବାର କହିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ଲାଗି ଶୁକ୍ରବାର ସକାଳେ ଘଟଣାସ୍ଥଳକୁ ଯାଇଥିଲୁ। ଦୁର୍ଘଟଣାଦିନ ଯେପରି କୁହୁଡ଼ି ଥିଲା, ସେମିତି ଅବସ୍ଥାରେ ଅନୁଧ୍ୟାନ କଲୁ। ସିଗ୍ନାଲ, ଟ୍ରାକ୍‌, କୁହୁଡ଼ି ଆଦି ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ରେଳ କର୍ମଚାରୀଙ୍କ ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ବି ପଚରାଉଚରା କରାଯିବ। ଏ ନେଇ ଯେକୌଣସି ସାଧାରଣବ୍ୟକ୍ତି ହାଜର ହୋଇ ମତାମତ ଦେଇପାରିବେ। ପ୍ରାୟ ୧ ମାସ ମଧ୍ୟରେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଯିବ। ତଦନ୍ତ ସାରି ରେଳ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରାଯିବ। ଘଟଣା ପଛରେ କିଏ ଦାୟୀ ଏବେ କହିବା ସମୀଚୀନ ହେବ ନାହିଁ ବୋଲି ସେ କହିଛନ୍ତି।