Categories: ଜାତୀୟ

ଲୋକତନ୍ତ୍ରରେ ହିଂସା ଦୁର୍ଭାଗ୍ୟପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶରେ ହିଂସା ଦେଖାଦେଇଛି। ଲୋକତନ୍ତ୍ରରେ ଏଭଳି ହିଂସା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଟୁଇଟ୍‌ କରି କହିଛନ୍ତି। ନାଗରିକତା ସଂଶୋଧନ ଆଇନ କୌଣସି ଭାରତୀୟଙ୍କ ବିରୋଧ କରୁ ନାହିଁ। ଏନେଇ ଗୁଜବ ସୃଷ୍ଟି କରାଯାଉଛି। ଗୁଜବଠାରୁ ଦୂରେଇ ରହିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଆଲୋଚନା, ଚର୍ଚ୍ଚା, ତର୍କ ଲୋକତନ୍ତ୍ରର ଅଂଶବିଶେଷ। ତେବେ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଏବଂ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ବ୍ୟହତ କରିବା ଲୋକତନ୍ତ୍ର ନୁହେଁ ବୋଲି ମୋଦି କହିଛନ୍ତି।

Share