Posted inରାଜ୍ୟ

ଲୋକଙ୍କ ଜୀବନ ସହ ଖେଳୁଛନ୍ତି କ୍ୱାକ୍‌: ରୋଗ ଉପଶମ ନାଁରେ ଦେଉଛନ୍ତି ମାରାତ୍ମକ ଔଷଧ

ଯାଜପୁର ଟାଉନ,୨୨।୬(ଡିଏନଏ): ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି କେତେଜଣ ହୋମିଓପ୍ୟାଥିକ କ୍ୱାକ୍‌। ମାରାମତ୍କ ବଟିକା ପ୍ରଦାନ କରି ଲୋକଙ୍କର ବିଭିନ୍ନ ସମସ୍ୟା ବଢ଼ାଉ ଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଜାଣି ମଧ୍ୟ ଏଥିପ୍ରତି ନଜର ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିନା ହୋମିଓପାଥିକ ଡାକ୍ତରୀ ପାଠପଢ଼ାରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଅନେକେ ହୋମିଓପାଥିକ କ୍ଲିନିକ ଖୋଲି ରୋଗୀଙ୍କୁ ବିଭିନ୍ନ ପ୍ରକାର ଔଷଧ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କୁ କ୍ୱାକ୍‌ଭାବେ ପରିଗଣିତ କରାଯାଉଥିବାବେଳେ ସେମାନେ କିନ୍ତୁ ନିଜକୁ ସ୍ଥାନୀୟ ଅଞ୍ଚଳରେ ହୋମିଓପ୍ୟାଥିକ ଡାକ୍ତର ଭାବେ ପରିଚୟ ଦେଇ ରୋଗୀଙ୍କୁ ସେବା ପ୍ରଦାନ କରିଆସୁଛନ୍ତି। ଯାଜପୁର ଜିଲାରେ ଏଭଳି ୨ଶହରୁ ଊର୍ଦ୍ଧ୍ୱ କ୍ୱାକ୍‌ ଥିବାବେଳେ ହଜାର ହଜାର ସଂଖ୍ୟକ ରୋଗୀ ଅଳ୍ପ ଅର୍ଥରେ ସେମାନଙ୍କଠାରୁ ଔଷଧ କିଣି ଖାଇଥାନ୍ତି। ତେବେ ଦୀର୍ଘ ୪ବର୍ଷ ଧରି କଲିକତା, ରାଞ୍ଚି ଓ ନେପାଳରୁ ବଟିକା (ଷ୍ଟିରୋଏଡ) ମଗାଇ ରୋଗୀଙ୍କୁ ପ୍ରଦାନ କରିଆସୁଛନ୍ତି। ଏହି ବଟିକା ଦିନକୁ ୨ଟି ଖାଇଲେ ରୋଗୀଙ୍କ ଯନ୍ତ୍ରଣା ଖୁବ୍‌ କମ୍‌ ସମୟ ମଧ୍ୟରେ ଉପଶମ ହୋଇଥାଏ। ରୋଗୀମାନେ ଏହି ବଟିକା ଖାଇ କ୍ୱାକ୍‌ଙ୍କୁ ଉଚ୍ଚ ପ୍ରଶଂସା ମଧ୍ୟ କରିଥାନ୍ତି। ମାତ୍ର ଏହା କେତେ ମାରାମତ୍କ ତାହା ସାଧାରଣ ରୋଗୀ ଜାଣନ୍ତି ନାହିଁ। ଏହି ବଟିକା ଖାଇବା ଫଳରେ ରୋଗୀର କୀଡ୍‌ନି, ହାର୍ଟ, ପାକସ୍ଥଳୀରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବା ସହିତ ଚର୍ମରୋଗ ହେବାର ସମ୍ଭବନା ମଧ୍ୟ ଦେଖାଯାଇଥାଏ। ରାଜ୍ୟରେ ଏହି ବଟିକା ବହୁଳ ପରିମାଣରେ ପ୍ରଚଳନ ହେଉଥିବାବେଳେ ଯାଜପୁର ଜିଲାରେ ଏହାର ମାତ୍ରାଧିକ ବିକ୍ରି ହେଉଥିବା ପରିଲକ୍ଷିତ ହୋଇଛି। ଅନେକ ରୋଗୀ ଏହି କ୍ୱାକ୍‌ମାନଙ୍କଠାରୁ ଔଷଧ ଖାଇ ବିଭିନ୍ନ ରୋଗରେ ପୀଡିତ ହେବାପରେ ଏଲୋପାଥିକ ଚିକିତ୍ସା କରାଇଥାନ୍ତି। ଏମାନଙ୍କ ମଧ୍ୟରୁ ଏହି ଷ୍ଟିରୋଏଡ୍‌ ଔଷଧ ଖାଇ ଅନେକ ମୃତ୍ୟୁବରଣ କରିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ସବୁ ଜାଣି ନିରବ ରହିବା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାକୁ ଯାଜପୁର ସହରର ହୋମିଓପାଥିକ ମେଡିସିନ୍‌ ଗବେଷଣା କରୁଥିବା ‘ଦିଶା’ ନାମକ ଏକ ସଂସ୍ଥା ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ରାଜ୍ୟ ଡ୍ରଗ୍‌ କଣ୍ଟ୍ରୋଲର, ରାଜ୍ୟ ଆୟୁଷ ନିର୍ଦ୍ଦେଶକ, ଜିଲାପାଳ, ଏସ୍‌ପିଙ୍କୁ ରେଜେଷ୍ଟ୍ରି ପତ୍ର ପ୍ରଦାନ କରିଛି। ଏଭଳି ମାରାମତ୍କ ବଟିକାକୁ ଆୟୁଧ କରି ନିଜ ବେପାର ଜମାଇଥିବା କ୍ୱାକ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଷ୍ଟିରୋଏଡ୍‌ ପ୍ରଚଳନ ବନ୍ଦ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବା ପାଇଁ ଏହି ସଂସ୍ଥା ଅନୁରୋଧ କରିଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁି। ‘ଦିଶା’ ସଭାପତି ଡାକ୍ତର ସୀତାକାନ୍ତ ସାହୁ, ସମ୍ପାଦକ ଗୀତାଞ୍ଜଳି ନାଥଶର୍ମା, କଳ୍ପତରୁ ଲେଙ୍କା, ଅମୂଲ୍ୟ ଶତପଥି, କୈଳାଶ ଚନ୍ଦ୍ର ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସଲିଳା ଷଡ଼ଙ୍ଗୀ, ଗୌତମ ଜେନା, ଅ ଋଣ କୁମାର ସାହୁ ପ୍ରମୁଖ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିବାବେଳେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଜିଲା ଡ୍ରଗ୍‌ସ ଇନ୍ସପେକ୍ଟରଙ୍କୁ ଭେଟି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ତଥାପି ସୁଫଳ ମିଳିଲା ନାହିଁ। ଏଭଳି ଏକ ମାରାମତ୍କ ବଟିକାକୁ କ୍ୱାକ୍‌ମାନେ ବିନା ଦ୍ୱିଧାରେ ଶହଶହ ରୋଗୀଙ୍କୁ ପ୍ରଦାନ କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ମଧ୍ୟ ରାଜ୍ୟ ହୋମିଓପାଥିକ ଆସୋସିଏଶନ୍‌ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଇ-କମ୍ପ୍ଲେନ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏଭଳି ଔଷଧକୁ ତୁରନ୍ତ ବନ୍ଦ ନ କରାଗଲେ ଅନେକ ସାଧାରଣ ଲୋକଙ୍କ ଜୀବନ ଅସୁରକ୍ଷିତ ବୋଲି ‘ଦିଶା’ ସଭାପତି ସୀତାକାନ୍ତ ସାହୁ ମତବ୍ୟକ୍ତ କରିଥିବାବେଳେ ଏ ସମ୍ପର୍କରେ ଜିଲା ଡ୍ରଗ୍‌ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ନ ଉଠାଇବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri