Posted inରାଜ୍ୟ

ଲୋକଙ୍କ ଜୀବନ ସହ ଖେଳୁଛନ୍ତି କ୍ୱାକ୍‌: ରୋଗ ଉପଶମ ନାଁରେ ଦେଉଛନ୍ତି ମାରାତ୍ମକ ଔଷଧ

ଯାଜପୁର ଟାଉନ,୨୨।୬(ଡିଏନଏ): ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି କେତେଜଣ ହୋମିଓପ୍ୟାଥିକ କ୍ୱାକ୍‌। ମାରାମତ୍କ ବଟିକା ପ୍ରଦାନ କରି ଲୋକଙ୍କର ବିଭିନ୍ନ ସମସ୍ୟା ବଢ଼ାଉ ଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଜାଣି ମଧ୍ୟ ଏଥିପ୍ରତି ନଜର ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିନା ହୋମିଓପାଥିକ ଡାକ୍ତରୀ ପାଠପଢ଼ାରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଅନେକେ ହୋମିଓପାଥିକ କ୍ଲିନିକ ଖୋଲି ରୋଗୀଙ୍କୁ ବିଭିନ୍ନ ପ୍ରକାର ଔଷଧ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କୁ କ୍ୱାକ୍‌ଭାବେ ପରିଗଣିତ କରାଯାଉଥିବାବେଳେ ସେମାନେ କିନ୍ତୁ ନିଜକୁ ସ୍ଥାନୀୟ ଅଞ୍ଚଳରେ ହୋମିଓପ୍ୟାଥିକ ଡାକ୍ତର ଭାବେ ପରିଚୟ ଦେଇ ରୋଗୀଙ୍କୁ ସେବା ପ୍ରଦାନ କରିଆସୁଛନ୍ତି। ଯାଜପୁର ଜିଲାରେ ଏଭଳି ୨ଶହରୁ ଊର୍ଦ୍ଧ୍ୱ କ୍ୱାକ୍‌ ଥିବାବେଳେ ହଜାର ହଜାର ସଂଖ୍ୟକ ରୋଗୀ ଅଳ୍ପ ଅର୍ଥରେ ସେମାନଙ୍କଠାରୁ ଔଷଧ କିଣି ଖାଇଥାନ୍ତି। ତେବେ ଦୀର୍ଘ ୪ବର୍ଷ ଧରି କଲିକତା, ରାଞ୍ଚି ଓ ନେପାଳରୁ ବଟିକା (ଷ୍ଟିରୋଏଡ) ମଗାଇ ରୋଗୀଙ୍କୁ ପ୍ରଦାନ କରିଆସୁଛନ୍ତି। ଏହି ବଟିକା ଦିନକୁ ୨ଟି ଖାଇଲେ ରୋଗୀଙ୍କ ଯନ୍ତ୍ରଣା ଖୁବ୍‌ କମ୍‌ ସମୟ ମଧ୍ୟରେ ଉପଶମ ହୋଇଥାଏ। ରୋଗୀମାନେ ଏହି ବଟିକା ଖାଇ କ୍ୱାକ୍‌ଙ୍କୁ ଉଚ୍ଚ ପ୍ରଶଂସା ମଧ୍ୟ କରିଥାନ୍ତି। ମାତ୍ର ଏହା କେତେ ମାରାମତ୍କ ତାହା ସାଧାରଣ ରୋଗୀ ଜାଣନ୍ତି ନାହିଁ। ଏହି ବଟିକା ଖାଇବା ଫଳରେ ରୋଗୀର କୀଡ୍‌ନି, ହାର୍ଟ, ପାକସ୍ଥଳୀରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବା ସହିତ ଚର୍ମରୋଗ ହେବାର ସମ୍ଭବନା ମଧ୍ୟ ଦେଖାଯାଇଥାଏ। ରାଜ୍ୟରେ ଏହି ବଟିକା ବହୁଳ ପରିମାଣରେ ପ୍ରଚଳନ ହେଉଥିବାବେଳେ ଯାଜପୁର ଜିଲାରେ ଏହାର ମାତ୍ରାଧିକ ବିକ୍ରି ହେଉଥିବା ପରିଲକ୍ଷିତ ହୋଇଛି। ଅନେକ ରୋଗୀ ଏହି କ୍ୱାକ୍‌ମାନଙ୍କଠାରୁ ଔଷଧ ଖାଇ ବିଭିନ୍ନ ରୋଗରେ ପୀଡିତ ହେବାପରେ ଏଲୋପାଥିକ ଚିକିତ୍ସା କରାଇଥାନ୍ତି। ଏମାନଙ୍କ ମଧ୍ୟରୁ ଏହି ଷ୍ଟିରୋଏଡ୍‌ ଔଷଧ ଖାଇ ଅନେକ ମୃତ୍ୟୁବରଣ କରିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ସବୁ ଜାଣି ନିରବ ରହିବା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାକୁ ଯାଜପୁର ସହରର ହୋମିଓପାଥିକ ମେଡିସିନ୍‌ ଗବେଷଣା କରୁଥିବା ‘ଦିଶା’ ନାମକ ଏକ ସଂସ୍ଥା ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ରାଜ୍ୟ ଡ୍ରଗ୍‌ କଣ୍ଟ୍ରୋଲର, ରାଜ୍ୟ ଆୟୁଷ ନିର୍ଦ୍ଦେଶକ, ଜିଲାପାଳ, ଏସ୍‌ପିଙ୍କୁ ରେଜେଷ୍ଟ୍ରି ପତ୍ର ପ୍ରଦାନ କରିଛି। ଏଭଳି ମାରାମତ୍କ ବଟିକାକୁ ଆୟୁଧ କରି ନିଜ ବେପାର ଜମାଇଥିବା କ୍ୱାକ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଷ୍ଟିରୋଏଡ୍‌ ପ୍ରଚଳନ ବନ୍ଦ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବା ପାଇଁ ଏହି ସଂସ୍ଥା ଅନୁରୋଧ କରିଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁି। ‘ଦିଶା’ ସଭାପତି ଡାକ୍ତର ସୀତାକାନ୍ତ ସାହୁ, ସମ୍ପାଦକ ଗୀତାଞ୍ଜଳି ନାଥଶର୍ମା, କଳ୍ପତରୁ ଲେଙ୍କା, ଅମୂଲ୍ୟ ଶତପଥି, କୈଳାଶ ଚନ୍ଦ୍ର ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସଲିଳା ଷଡ଼ଙ୍ଗୀ, ଗୌତମ ଜେନା, ଅ ଋଣ କୁମାର ସାହୁ ପ୍ରମୁଖ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିବାବେଳେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଜିଲା ଡ୍ରଗ୍‌ସ ଇନ୍ସପେକ୍ଟରଙ୍କୁ ଭେଟି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ତଥାପି ସୁଫଳ ମିଳିଲା ନାହିଁ। ଏଭଳି ଏକ ମାରାମତ୍କ ବଟିକାକୁ କ୍ୱାକ୍‌ମାନେ ବିନା ଦ୍ୱିଧାରେ ଶହଶହ ରୋଗୀଙ୍କୁ ପ୍ରଦାନ କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ମଧ୍ୟ ରାଜ୍ୟ ହୋମିଓପାଥିକ ଆସୋସିଏଶନ୍‌ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଇ-କମ୍ପ୍ଲେନ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏଭଳି ଔଷଧକୁ ତୁରନ୍ତ ବନ୍ଦ ନ କରାଗଲେ ଅନେକ ସାଧାରଣ ଲୋକଙ୍କ ଜୀବନ ଅସୁରକ୍ଷିତ ବୋଲି ‘ଦିଶା’ ସଭାପତି ସୀତାକାନ୍ତ ସାହୁ ମତବ୍ୟକ୍ତ କରିଥିବାବେଳେ ଏ ସମ୍ପର୍କରେ ଜିଲା ଡ୍ରଗ୍‌ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ନ ଉଠାଇବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri