ଲୋକଙ୍କ ଅକ୍ତିଆରରେ ‘ମୋ ସାଇକେଲ’

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଭୁବନେଶ୍ୱରରେ ହକି ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ କ୍ୟାପିଟାଲ ରିଜିୟନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ମୋ ସାଇକେଲ ଓ ମୋ ବସ୍‌କୁ ଉଦ୍‌ଘାଟନ କରାଯାଇଥିଲା। ସହରବାସୀଙ୍କୁ ସୁସ୍ଥ ରଖିବା ସହ ବାହାରୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସ୍ବାଧୀନତାର ସହ ଯାତାୟାତ କରିବା ଲାଗି ମୋ ସାଇକେଲକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା। ହେଲେ ଏହି ସାଇକେଲ ଶେୟାରିଂ ସିଷ୍ଟମ ଏବେ ଠିକ୍‌ ରୂପେ କାର୍ଯ୍ୟକାରୀ ହେଉନାହିଁ। କେତେଗୋଟି ରାସ୍ତା କଡ଼ରେ ପଡ଼ି ରହୁଛି ତ ଆଉ କେହି ଲୋକ ତାକୁ ନିଜ ଘରେ ନଜର ବନ୍ଦୀ କରି ରଖୁଛନ୍ତି। ଜିପିଆରଏସ୍‌ରେ ଚାଲୁଥିବା ଏହି ସାଇକେଲଗୁଡ଼ିକ କେମିତି ବିଭାଗୀୟ ଅଧିକାରୀଙ୍କ ଆଖି ଆଢୁଆଳରୁ ଦୂରରେ ରହୁଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତେବେ ପ୍ରଦୂଷଣ ମାତ୍ରା ହ୍ରାସ ଓ ଟ୍ରାଫିକ୍‌ ସମସ୍ୟାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ସ୍ମାର୍ଟସିଟି ମିଶନରେ ରାଜଧାନୀରେ ‘ମୋ ସାଇକେଲ’ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ନଭେମ୍ବର ୨୮ରେ ହକି ବିଶ୍ବକପ୍‌ ପୂର୍ବରୁ ବହୁ ଆଡ଼ମ୍ବରରେ ମୋ ସାଇକେଲ ଉଦ୍‌ଘାଟନ ହେଲା। ଏବେ ଲୋକେ ମୋ ସାଇକେଲରୁ ମୁହଁ ଫେରାଇ ନେଉଛନ୍ତି। ‘ଫନୀ’ ପରେ ସହରରେ ଏବେ ମୋ ସାଇକେଲ ଚାଲୁଥିବା ଆଉ ପୂର୍ବପରି ଦେଖିବାକୁ ମିଳୁନି। ପୂର୍ବପରି ସାଇକେଲଗୁଡ଼ିକ ମଧ୍ୟ ଷ୍ଟାଣ୍ଡରେ ରହୁନାହିଁ। ଅଧିକାଂଶ ଷ୍ଟାଣ୍ଡ ଏବେ ଫାଙ୍କା ପଡ଼ିଛି। ସାଇକେଲ ଲୋକେ ଚଳାଇ ସାରିବା ପେର ଯେଉଁଠି ଇଚ୍ଛା ସେଠି ପକାଇ ଚାଲି ଯାଉଛନ୍ତି। ମୋ ସାଇକେଲ ରକ୍ଷଣା ବେକ୍ଷଣ ପାଇଁ ୩ଟି ସଂସ୍ଥାକୁ ୫ ବର୍ଷ ଦାୟିତ୍ୱ ଦିଆଯାଇଥିଲା। ହେଲେ ସେମାନେ କ’ଣ କରୁଛନ୍ତି ତାହା ଏବେ ସହରର ଗଳିକନ୍ଦିରେ ପଡିଥିବା ସାଇକେଲରୁ ଅନୁମେୟ। ଯେଉଁ ଉଦ୍ଦେଶ୍ୟ ରଖି ଏହି ଯୋଜନା ଆରମ୍ଭ ହୋଇଥିଲା ତାହା କେତେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ କେବଳ ଅଧିକାରୀମାନେ ଜାଣିଥିବେ ବୋଲି ଅଭିଯୋଗ ହେଉଛି।
ରାଜଧାନୀ ଭୁବନେଶ୍ୱର ସ୍ମାର୍ଟସିଟି ମାନ୍ୟତା ପାଇବା ପରେ ଏଠାରେ ବିଭିନ୍ନ ସ୍ମାର୍ଟ ଯୋଜନା ହାତକୁ ନିଆଯାଉଛି। ବିଏମ୍‌ସି ଓ ବିଡିଏ ସହ ସ୍ମାର୍ଟସିଟି ଲିମିଟେଡ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରୁଛି। ମାତ୍ର ଯୋଜନା ଆରମ୍ଭ କରି ବିଭାଗ ନିଘୋଡ଼ ନିଦ୍ରାରେ ଶୋଇପଡୁଛି। ଯୋଜନାକୁ ସଫଳ ରୂପାୟନ କରିବାକୁ କେଉଁ କେଉଁ ପନ୍ଥା ଆପଣାଇବା ଆବଶ୍ୟକ ସେ ସମ୍ପର୍କରେ ଅଧିକାରୀମାନେ ଯେମିତି ଚିନ୍ତା କରୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ବିଭାଗୀୟ ଅଧିକାରୀ ଦୀପ୍ତି ମହାପାତ୍ର କହିଛନ୍ତି, ମୋ ସାଇକେଲକୁ ପୂର୍ବପରି ହିଁ ଷ୍ଟାଣ୍ଡରେ ରଖାଯାଉଛି। ବାସ କେଉଁଠି କମ୍‌ ତ କେଉଁଠି ଅଧିକ, କିନ୍ତୁ ସହରର ସମସ୍ତ ସ୍ଥାନରେ ଏହା ଉପଲବ୍ଧ ଅଛି। ହେଲେ ଯେଉଁମାନେ ମୋ ସାଇକେଲର ବ୍ୟବହାର କରୁଛନ୍ତି ସେମାନେ ଏଥିପ୍ରତି ସଚେତନ ହେଉନାହାନ୍ତି। ଏଣେ ତେଣେ ଫିଙ୍ଗି ଦେଉଛନ୍ତି। ପରେ କର୍ମଚାରୀମାନେ ତାକୁ ଟ୍ରାକ୍‌ କରି ଉଦ୍ଧାର କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri