ଲୋକଙ୍କୁ ହାତ ଯୋଡ଼ିିଲେ ଖୋର୍ଦ୍ଧା ଏସ୍‌ପି

ଖୋର୍ଦ୍ଧା ଅଫିସ,୨୯।୩: କରୋନା ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଲୋକଙ୍କ ମଧ୍ୟରେ କୌଣସି ଫରକ ପଡୁନାହିଁ। ଶନିବାର ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ନୂଆ ବସଷ୍ଟାଣ୍ଡରେ ବିନା କାରଣରେ ବାଇକରେ ବୁଲୁଥିବା ବ୍ୟକ୍ତିମାନଙ୍କୁ ହାତ ଯୋଡ଼ିି ଘରେ ରହିବାକୁ ଅନୁରୋଧ କରିଥିଲେ। ରାଜ୍ୟରେ ଚିହ୍ନଟ କରୋନା ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇ ଏସ୍‌ପି ସ୍ବାଇଁ କହିଲେ, ଜଣେ ବ୍ୟକ୍ତିଙ୍କ ଲାଗି ଅନେକ ଜନସାଧାରଣ ଅସୁବିଧାରେ ପଡ଼ିିବେ। ଲକଡାଉନ ସମୟରେ ଆବଶ୍ୟକତା ନ ଥିଲେ ଘରେ ରହିବାକୁ ଏସ୍‌ପିଙ୍କ ସମେତ ଏକାଧିକ ପୋଲିସ ଅଧିକାରୀ ବାଇକ ଚାଳକମାନଙ୍କୁ ହାତ ଯୋଡି ନିବେଦନ କରିଥିଲେ। ବାଇକ ଚଳାଇବା ବେଳେ ହେଲମେଟ ପରିଧାନ କରନ୍ତୁ ଏବଂ ମାସ୍କ ବ୍ୟବହାର ଲାଗି ସେମାନେ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri