ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ କଲେ ବିଗ୍‌-ବି

ସାରା ବିଶ୍ୱରେ ମହାମାରୀର ରୂପ ନେଇଛି କରୋନା। ଏଭଳି ପରିସ୍ଥିତି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି। ସେ ସମସ୍ତଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ନିଜେ ମାସ୍କ ପିନ୍ଧିଥିବା ଏକ ଫଟୋ ସେ ଟୁଇଟରରେ ଶେୟାର କରିଛନ୍ତି। ଏହି ଫଟୋରେ ବଲିଉଡ୍‌ର କିଛି ଅଭିନେତା, ଅଭିନେତ୍ରୀ ଏବଂ ଖେଳାଳିଙ୍କୁ ମୁହଁ ଘୋଡାଉ ଦେଖାଯାଇଛି।

Share